ଏୟାର ଇଣ୍ଡିଆ ଫୁକେତ-ଦିଲ୍ଲୀ ଉଡ଼ାଣର ମୁଖ୍ୟ ପାଇଲଟଙ୍କୁ କଲା ବରଖାସ୍ତ
ମୁମ୍ବାଇ, ୦୪ ସେପ୍େଟମ୍ବର (ହି.ସ.)- ଟାଟାର ନେତୃତ୍ୱାଧୀନ ଏୟାରଲାଇନ୍ ଏୟାର ଇଣ୍ଡିଆ ଶୁକ୍ରବାର ଫୁକେତ-ଦିଲ୍ଲୀ ଫ୍ଲାଇଟର ପାଇଲଟ-ଇନ-କମାଣ୍ଡଙ୍କ ସେବା ସମାପ୍ତ କରିଛି, ଯିଏ ଡ୍ରଗ୍ସ ବ୍ୟବହାର ପରୀକ୍ଷାରେ ପଜିଟିଭ୍ ମିଳିଥିଲେ। ଏୟାର ଇଣ୍ଡିଆ ଆଜି ଏକ ବିବୃତିରେ କହିଛି ଯେ ତଦନ୍ତରେ ମାଦକ ପଦାର୍ଥ ସେ
ଏୟାର ଇଣ୍ଡିଆ ଫୁକେତ-ଦିଲ୍ଲୀ ଉଡ଼ାଣର ମୁଖ୍ୟ ପାଇଲଟଙ୍କୁ କଲା ବରଖାସ୍ତ


ମୁମ୍ବାଇ, ୦୪ ସେପ୍େଟମ୍ବର (ହି.ସ.)- ଟାଟାର ନେତୃତ୍ୱାଧୀନ ଏୟାରଲାଇନ୍ ଏୟାର ଇଣ୍ଡିଆ ଶୁକ୍ରବାର ଫୁକେତ-ଦିଲ୍ଲୀ ଫ୍ଲାଇଟର ପାଇଲଟ-ଇନ-କମାଣ୍ଡଙ୍କ ସେବା ସମାପ୍ତ କରିଛି, ଯିଏ ଡ୍ରଗ୍ସ ବ୍ୟବହାର ପରୀକ୍ଷାରେ ପଜିଟିଭ୍ ମିଳିଥିଲେ।

ଏୟାର ଇଣ୍ଡିଆ ଆଜି ଏକ ବିବୃତିରେ କହିଛି ଯେ ତଦନ୍ତରେ ମାଦକ ପଦାର୍ଥ ସେବନ ନିଶ୍ଚିତ ହେବା ପରେ ଫୁକେତ-ଦିଲ୍ଲୀ ଉଡ଼ାଣର ମୁଖ୍ୟ ପାଇଲଟଙ୍କ ସେବା ସମାପ୍ତ କରାଯାଇଛି। ବିମାନ କମ୍ପାନୀ ପକ୍ଷରୁ ଏହି ଘୋଷଣା ଫୁକେତ ଫ୍ଲାଇଟ୍ ଘଟଣାର ତଦନ୍ତ କରୁଥିବା ଏଜେନ୍ସି ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ପ୍ରାରମ୍ଭିକ ରିପୋର୍ଟ ଆସିବାର କିଛି ଘଂଟା ପରେ କରାଯାଇଛି।

ଏଏଆଇବିର ଏହି ରିପୋର୍ଟରେ କୁହାଯାଇଛି ଯେ ପାଇଲଟଙ୍କ ଦ୍ୱାରା ମାଦକ ପଦାର୍ଥ ସେବନ ଏକ ଗମ୍ଭୀର ଚିନ୍ତାର ବିଷୟ ଏବଂ ଏହା ବିମାନ ନିୟାମକ ନାଗରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲା।

ଏଏଆଇବି ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆଜି ଜାରି କରିଛି। ଏହି ବିମାନ ଘଟଣାରେ ୨୦ ଜଣ ଯାତ୍ରୀ ଏବଂ ଚାରିଜଣ କ୍ରୁ ସଦସ୍ୟ ଆହତ ହୋଇଥିଲେ। ଏୟାର ଇଣ୍ଡିଆ ପ୍ରାରମ୍ଭରେ ଉଚ୍ଚତା କମିବାର କାରଣ ଟର୍ବୁଲେନ୍ସ (ପବନର ଝଟକା) ବୋଲି କହିଥିଲା, କିନ୍ତୁ ବିମାନ ନିର୍ମାତା କମ୍ପାନୀର ରିପୋର୍ଟରୁ ଜଣାପଡ଼ିଥିଲା ଯେ ବିମାନର ଗ୍ରୀନ, ବ୍ଲୁ ଏବଂ ୟେଲୋ ସିଷ୍ଟମରେ ହାଇଡ୍ରୋଲିକ୍ ପ୍ରେସର ସମସ୍ୟା ଯୋଗୁଁ ପ୍ରାୟ ଚାରି ସେକେଣ୍ଡ ପାଇଁ ଏଲିଭେଟର ଏବଂ ଏଲିରନ୍ କଂଟ୍ରୋଲ କାମ କରୁନଥିଲା।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande