ଜନ୍ମାଷ୍ଟମୀ ଦିନ ଚମକିଲା ସୁନା, ରୂପା ମଧ୍ୟ ବଢିଲା
ନୂଆଦିଲ୍ଲୀ, ସେପ୍ଟେମ୍ବର 4 (ହି.ସ): ସରାଫା ବଜାରରେ ଗତ କିଛି ଦିନ ଧରି ଜାରି ରହିଥିବା ହ୍ରାସ ଧାରାରେ ଆଜି ଜନ୍ମାଷ୍ଟମୀ ଦିନ ବିରାମ ଲାଗିଛି। ଆଜି ପ୍ରାରମ୍ଭିକ କାରବାର ସମୟରେ ଉଭୟ ସୁନା ଓ ରୁପା ଦରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳୁଛି। ଦେଶର ଅଧିକାଂଶ ଅଞ୍ଚଳରେ ଆଜି ସୁନା ପ୍ରତି ୧୦ ଗ୍ରାମରେ
प्रतीकात्मक


ନୂଆଦିଲ୍ଲୀ, ସେପ୍ଟେମ୍ବର 4 (ହି.ସ):

ସରାଫା ବଜାରରେ ଗତ କିଛି ଦିନ ଧରି ଜାରି ରହିଥିବା ହ୍ରାସ ଧାରାରେ ଆଜି ଜନ୍ମାଷ୍ଟମୀ ଦିନ ବିରାମ ଲାଗିଛି। ଆଜି ପ୍ରାରମ୍ଭିକ କାରବାର ସମୟରେ ଉଭୟ ସୁନା ଓ ରୁପା ଦରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳୁଛି। ଦେଶର ଅଧିକାଂଶ ଅଞ୍ଚଳରେ ଆଜି ସୁନା ପ୍ରତି ୧୦ ଗ୍ରାମରେ ୩,୦୭୦ ଟଙ୍କାରୁ ୩,୩୫୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ସେହିପରି, ରୁପା ଦର ମଧ୍ୟ ଆଜି ଅଧିକାଂଶ ସରାଫା ବଜାରରେ ପ୍ରତି କିଲୋଗ୍ରାମରେ ୫,୨୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି।

ଦରରେ ପରିବର୍ତ୍ତନ ହେବା ପରେ ଦେଶର ଅଧିକାଂଶ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମରେ ୧,୫୫,୩୬୦ ଟଙ୍କାରୁ ୧,୫୫,୫୧୦ ଟଙ୍କା ମଧ୍ୟରେ କାରବାର କରୁଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମରେ ୧,୪୨,୪୧୦ ଟଙ୍କାରୁ ୧,୪୨,୫୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୁପା ଦରରେ ମଧ୍ୟ ବୃଦ୍ଧି ହେବାରୁ ଦିଲ୍ଲୀ ସରାଫା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ରୁପା ପ୍ରତି କିଲୋଗ୍ରାମରେ ୨,୫୦,୧୦୦ ଟଙ୍କା ସ୍ତରରେ ବିକ୍ରି ହେଉଛି।

ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମରେ ୧,୫୫,୫୧୦ ଟଙ୍କା ସ୍ତରରେ କାରବାର କରୁଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ୧,୪୨,୫୬୦ ଟଙ୍କା ରହିଛି। ଅନ୍ୟପକ୍ଷରେ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମରେ ୧,୫୫,୩୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୪୨,୪୧୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅହମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ଦର ପ୍ରତି ୧୦ ଗ୍ରାମରେ ୧,୫୫,୪୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧,୪୨,୪୬୦ ଟଙ୍କା ରହିଛି।

ଏହି ପ୍ରମୁଖ ସହରଗୁଡ଼ିକ ବ୍ୟତୀତ ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମରେ ୧,୫୫,୩୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୪୨,୪୧୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କୋଲକାତାରେ ୨୪ କ୍ୟାରେଟ୍ ସୁନା ୧,୫୫,୩୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୪୨,୪୧୦ ଟଙ୍କା ପ୍ରତି ୧୦ ଗ୍ରାମ ଦରରେ କାରବାର କରୁଛି। ଭୋପାଳରେ ୨୪ କ୍ୟାରେଟ୍ ସୁନାର ଦର ପ୍ରତି ୧୦ ଗ୍ରାମରେ ୧,୫୫,୪୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ୧,୪୨,୪୬୦ ଟଙ୍କାରେ ବିକ୍ରି ହେଉଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande