ଦାଦାଭାଇ ନୌରୋଜୀଙ୍କ ଜୟନ୍ତୀରେ ସମ୍ବିଧାନ ସଦନରେ ଦିଆଗଲା ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତୀୟ ଜାତୀୟ କଂଗ୍ରେସର ତିନିଥର ଅଧ୍ୟକ୍ଷ ଥିବା ଦାଦାଭାଇ ନୌରୋଜୀଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ତାଙ୍କ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଗଲା। ଏହି ଅବସରରେ ଲୋକସ
ଦାଦାଭାଇ ନୌରୋଜୀଙ୍କ ଜୟନ୍ତୀରେ ସମ୍ବିଧାନ ସଦନରେ ଦିଆଗଲା ଶ୍ରଦ୍ଧାଞ୍ଜଳି


ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତୀୟ ଜାତୀୟ କଂଗ୍ରେସର ତିନିଥର ଅଧ୍ୟକ୍ଷ ଥିବା ଦାଦାଭାଇ ନୌରୋଜୀଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ତାଙ୍କ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଗଲା। ଏହି ଅବସରରେ ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହ, ରାଜ୍ୟସଭା ମହାସଚିବ ପିସି ମୋଦୀ, ସଂସଦର ବର୍ତମାନ ଏବଂ ପୂର୍ବତନ ସଦସ୍ୟଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ। ଦାଦାଭାଇ ନୌରୋଜୀଙ୍କୁ ‘ଦ ଗ୍ରାଣ୍ଡ ଓଲ୍ଡ ମ୍ୟାନ ଅଫ ଇଣ୍ଡିଆ’ ନାମରେ ଜଣାଯାଏ। ସେ ୧୮୯୨ ମସିହାରେ ବ୍ରିଟିଶ ସଂସଦର ହାଉସ ଅଫ କମନ୍ସ ପାଇଁ ନିର୍ବାଚିତ ହେବାରେ ପ୍ରଥମ ବ୍ରିଟିଶ-ଭାରତୀୟ ହୋଇଥିଲେ। ସେ ଭାରତରୁ ବ୍ରିଟେନ ଆଡ଼କୁ ସମ୍ପଦର ପ୍ରବାହକୁ ନେଇ ଡ୍ରେନ ଅଫ ୱେଲ୍ଥ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ଏହି ସିଦ୍ଧାନ୍ତ ମାଧ୍ୟମରେ ସେ ବ୍ରିଟିଶ ଶାସନର ଆର୍ôଥକ ନୀତି ଏବଂ ଭାରତର ଆର୍ôଥକ ଶୋଷଣକୁ ଉଜାଗର କରିଥିଲେ। ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ବୈଚାରିକ ଏବଂ ରାଜନୈତିକ ଆଧାର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।ଦାଦାଭାଇ ନୌରୋଜୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ୧୮୮୬, ୧୮୯୩ ତଥା ୧୯୦୬ରେ ତିନିଥର କଂଗ୍ରେସର ଅଧ୍ୟକ୍ଷ ଥିଲେ। ୧୯୦୬ର ଅଧିବେଶନରେ ସେ ପ୍ରଥମେ ସାର୍ବଜନୀନ ଭାବେ ସ୍ୱରାଜର ଦାବି ରଖିଥିଲେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତତ୍କାଳୀନ ଲୋକସଭା ଅଧ୍ୟକ୍ଷ ଜିଭି ମାଭଲଙ୍କର ୧୩ ମାର୍ଚ୍ଚ ୧୯୫୪ରେ ସଂସଦରେ ଦାଦାଭାଇ ନୌରୋଜୀଙ୍କ ଚିତ୍ରର ଉନ୍ମୋଚନ କରିଥିଲେ।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande