ସାଉଦି ଆରବର ଚାରି ଦିନିଆ ଯାତ୍ରାରେ ଯିବେ ବିଦେଶ ରାଜ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ବିଦେଶ ରାଜ୍ୟମନ୍ତ୍ରୀ କୀର୍ତି ବର୍ଧନ ସିଂହ ୫ରୁ ୮ ସେପ୍େଟମ୍ବର ପର୍ଯ୍ୟନ୍ତ ସାଉଦି ଆରବର ରିୟାଦରେ ରହିବେ। ସାଉଦି ଆରବକୁ ଏହା ତାଙ୍କର ପ୍ରଥମ ସରକାରୀ ଯାତ୍ରା ହେବ। ଏହି ସମୟରେ ସେ ସାଉଦି ଆରବର ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରୀ, ବିଦେଶ ବ୍ୟାପାର
ସାଉଦି ଆରବର ଚାରି ଦିନିଆ ଯାତ୍ରାରେ ଯିବେ ବିଦେଶ ରାଜ୍ୟମନ୍ତ୍ରୀ


ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ବିଦେଶ ରାଜ୍ୟମନ୍ତ୍ରୀ କୀର୍ତି ବର୍ଧନ ସିଂହ ୫ରୁ ୮ ସେପ୍େଟମ୍ବର ପର୍ଯ୍ୟନ୍ତ ସାଉଦି ଆରବର ରିୟାଦରେ ରହିବେ। ସାଉଦି ଆରବକୁ ଏହା ତାଙ୍କର ପ୍ରଥମ ସରକାରୀ ଯାତ୍ରା ହେବ। ଏହି ସମୟରେ ସେ ସାଉଦି ଆରବର ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରୀ, ବିଦେଶ ବ୍ୟାପାର ଏବଂ ଜଳବାୟୁ ବ୍ୟାପାର ରାଜ୍ୟମନ୍ତ୍ରୀ, ପରିବେଶ, ଜଳ ଏବଂ କୃଷି ଉପମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ।ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ ଏହି ଯାତ୍ରା ସମୟରେ ମନ୍ତ୍ରୀ ସାଉଦି ଆରବରେ ରହୁଥିବା ଭାରତୀୟ ସମୁଦାୟ ଏବଂ ଭାରତୀୟ ବ୍ୟବସାୟ ଜଗତର ନେତା, ଉଦ୍ୟୋଗୀ ଏବଂ ପେସାଦାରମାନଙ୍କୁ ମଧ୍ୟ ଭେଟିବେ। ସେ ବିଦେଶରେ କାର୍ଯ୍ୟରତ ଭାରତୀୟ ଶ୍ରମିକମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

ମନ୍ତ୍ରଣାଳୟ ଅନୁଯାୟୀ ଏହି ଯାତ୍ରା ଉଭୟ ପକ୍ଷକୁ ମାନବ ସମ୍ବଳ, ଦକ୍ଷତା ବିକାଶ, ପରିବେଶ, ଜଳବାୟୁ ପରିବର୍ତନ ଏବଂ ଅନ୍ତର୍ଜାତୀୟ ବ୍ୟାପାର କ୍ଷେତ୍ରରେ ପାରସ୍ପରିକ ହିତର ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଭାରତ ଓ ସାଉଦି ଆରବ ମଧ୍ୟରେ ବହୁମୁଖୀ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରିବ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande