ଉପରାଷ୍ଟ୍ରପତି ଦେଶର ପ୍ରଥମ ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ-୦୫ର ସଫଳ ପ୍ରକ୍ଷେପଣ ନେଇ ଖୁସି ପ୍ରକାଶ କଲେ, ଇସ୍ରୋର ଟିମକୁ ଦେଲେ ଅଭିନନ୍ଦନ
ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟକୁ ସଫଳତାର ସହ ଲଂଚ କରିବା ପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ଟିମକୁ ଅଭିନନ୍ଦନ ଜଣାଇଛନ୍ତି।ଉପରାଷ୍ଟ୍ରପତି ଏକ୍ସରେ ଲେଖିଛନ୍ତି, “ଆଜି ଶ୍ରୀହରିକୋଟାରୁ ଜିଏସ
ଉପରାଷ୍ଟ୍ରପତି ଦେଶର ପ୍ରଥମ ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ-୦୫ର ସଫଳ ପ୍ରକ୍ଷେପଣ ନେଇ ଖୁସି ପ୍ରକାଶ କଲେ, ଇସ୍ରୋର ଟିମକୁ ଦେଲେ ଅଭିନନ୍ଦନ


ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟକୁ ସଫଳତାର ସହ ଲଂଚ କରିବା ପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ଟିମକୁ ଅଭିନନ୍ଦନ ଜଣାଇଛନ୍ତି।ଉପରାଷ୍ଟ୍ରପତି ଏକ୍ସରେ ଲେଖିଛନ୍ତି, “ଆଜି ଶ୍ରୀହରିକୋଟାରୁ ଜିଏସଏଲଭି-ଏଫ୧୭ ଇଓଏସ-୦୫ ମିଶନର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ। ଭାରତର ପ୍ରଥମ ଇମେଜିଂ ସାଟେଲାଇଟ ଇଓଏସ-୦୫କୁ ଜିଓସିଙ୍କ୍ରୋନସ ଅର୍ବିଟରେ ସଫଳତାର ସହ ସ୍ଥାପିତ କରିବା, ଭାରତର ଅନ୍ତରୀକ୍ଷ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଭାରତ ପାଇଁ ଗର୍ବର ମୁହୂର୍ତ ଏବଂ ଦେଶର ଅନ୍ତରୀକ୍ଷ କାର୍ଯ୍ୟକ୍ରମ ପାଇଁ ଆଉ ଏକ ଚମତ୍କାର ସଫଳତା!ଉଲ୍ଲେଖନୀୟ ଯେ ଆଜି ସକାଳେ ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ-୦୫ର ସଫଳ ପ୍ରକ୍ଷେପଣ କରିଛି।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande