ଘଟଗାଁ ଏଲିମେଂଟାରୀ ଶିକ୍ଷକ ସଂଘ ତରଫରୁ ୨୦ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ
ଘଟଗାଁ, ୫ ସେପ୍ଟେମ୍ବର (ହି.ସ.) - ଘଟଗାଁ ଏଲିମେଂଟାରୀ ଶିକ୍ଷକ ସଂଘ ଦ୍ୱାରା ସ୍ଥାନୀୟ ମା ତାରିଣୀ କଲ୍ୟାଣ ମଣ୍ଡପରେ ଠାରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ କେନ୍ଦୁଝର ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋ
ଘଟଗାଁ ଏଲିମେଂଟାରୀ ଶିକ୍ଷକ ସଂଘ ତରଫରୁ ୨୦ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ।


ଘଟଗାଁ, ୫ ସେପ୍ଟେମ୍ବର (ହି.ସ.) - ଘଟଗାଁ ଏଲିମେଂଟାରୀ ଶିକ୍ଷକ ସଂଘ ଦ୍ୱାରା ସ୍ଥାନୀୟ ମା ତାରିଣୀ କଲ୍ୟାଣ ମଣ୍ଡପରେ ଠାରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ କେନ୍ଦୁଝର ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନେ ସମାଜର ପ୍ରକୃତ ମାର୍ଗଦର୍ଶକ ବୋଲି ଅଭିଭାଷଣରେ ପ୍ରକାଶ କରିଥିଲେ। ବିଶେଷ ଅତିଥି ଭାବେ ଆଦରଣୀୟ ଘଟଗାଁ ବ୍ଲକ ଅଧକ୍ଷା ଗୀତାଞ୍ଜଳି ନାୟକ,ସମ୍ମାନୀୟ ଅତିଥିଭାବେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ଘଟଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ବରାଳ, ଘଟଗାଁ ବ୍ଲକ ସହକାରୀ ଶିକ୍ଷା ମଣ୍ଡଳ ଅଧିକାରୀ ସଞ୍ଜୟ କୁମାର ପଲେଇ,କନିଷ୍ଠ ଅନୁଭାଗ ଅଧିକାରୀ ଅମର କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ବିଭିହ୍ନ ବିଦ୍ୟାଳୟର ୯ ଜଣ ଶିକ୍ଷକ ଓ ୧୧ ଜଣଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୋଚ୍ଛ ଉତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ସଂଘ ସଭାପତି ରମେଶ ଚନ୍ଦ୍ର ମହାନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରକୃତିବନ୍ଧୁ ସମ୍ମାନିତ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା, ସୁବର୍ଣ୍ଣ କୁମାର ପଲେଇ, ଶିକ୍ଷୟତ୍ରୀ ସିମନସ୍ମିତା ପୃଷ୍ଟି, ଶୁଭଲକ୍ଷ୍ମୀ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଂଘର ସମ୍ପାଦକ ନବକୃଷ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଅଶୋକ କୁମାର ଦେଓ ,ସଦାଶିବ ବେହେରା, ଯଯାତି ବେଜ, ସନ୍ତୋଷ ମହାକୁଡ଼ ,ପ୍ରଶାନ୍ତ ବେହେରା,ପ୍ରଭାତ ରଞ୍ଜନ ମହାନ୍ତ, ରମେଶ ଚନ୍ଦ୍ର ଓଝା, ଲକ୍ଷ୍ମଣ କୁମାର ପଲେଇ,ଦାଶରଥୀ ସାହୁ, ଜିତେନ୍ଦ୍ର ଗିରୀ, କାମଳାକାନ୍ତ ପଣ୍ଡା,ବିଶ୍ୱରଂଜନ ନାୟକ,ଶିକ୍ଷୟତ୍ରୀ ସ୍ମୁତିରେଖା ପଣ୍ଡା ,ପ୍ରିୟତପ୍ରଜ୍ଞା ପାଢ଼ୀ, ବୀଣାପାଣି ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande