

ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ରାଜ୍ୟସ୍ତରରେ ବଲାଙ୍ଗିର ପୌର ପରିଷଦକୁ କାର୍ଯ୍ୟ ଦକ୍ଷତା ସହ ପୌର ବିଭାଗ ବଲାଙ୍ଗିର ସହରର ବିଭିନ୍ନ ଉନ୍ନୟନ ମୂଳକ ତଥା ପୌର ପରିଷଦର ସୁପରିଚାଳନା ପାଇଁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବାରୁ ଟିକ୍ରାପଡା ଗାନ୍ଧି ପାଠାଗାର ଆଜି ପୌର ପରିଷଦ ସଭା ଗୃହରେ ସଭାପତି ପ୍ରକାଶ ନେପାକ, ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ପୀତବାସ ପଣ୍ଡା, ସଭ୍ୟ ଦାଶରଥି ସାହୁ, ହୃଦୟ ରଂଜନ ସାହୁ, ସଭ୍ୟା ରୀନା ମାହାନା ଓ ଅଜିତ ପଣ୍ଡା ପ୍ରମୁଖ ପାଠାଗାରର ସଭ୍ୟ ଏବଂ ସଂଗଠକ ବୁଲୁ ବେହେରଙ୍କ ଉପସ୍ଥିତିରେ ପୌରାଧ୍ୟକ୍ଷା ଲିକା ସାହୁ ଏବଂ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଉପଢୈାକନ ଏବଂ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ବଲାଙ୍ଗିର ପୌର ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ରାସ୍ତାଘାଟ ଓ ଡ୍ରେନ ନିର୍ମାଣ, ବନ୍ଧଖୋଳା ଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ, ମନ୍ଦିରର ଉନ୍ନତିକରଣ ପାଇଁ ସହଯୋଗକୁ ବଲାଙ୍ଗିର ମ୍ୟୁନିସିପାଲିଟି ତଥା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଗାନ୍ଧି ପାଠାଗାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ