ପୁନର୍ବାସ ପକ୍ଷରୁ ସ୍ୱତନ୍ତ୍ର ଶିଶୁଙ୍କ “ବିଚିତ୍ରା କାର୍ୟ୍ୟକ୍ରମ
କେନ୍ଦ୍ରାପଡ଼ା 05 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା,ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ୟ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ “ବିଚିତ୍ରା”କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଧପୁରସ୍ଥିତ ପୁନର୍ବ
ପୁନର୍ବାସ ପକ୍ଷରୁ ସ୍ୱତନ୍ତ୍ର ଶିଶୁଙ୍କ “ବିଚିତ୍ରା କାର୍ୟ୍ୟକ୍ରମ


କେନ୍ଦ୍ରାପଡ଼ା 05 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା,ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ୟ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ “ବିଚିତ୍ରା”କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଧପୁରସ୍ଥିତ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରରେ ଆୟୋଜିତ ଏହି ନିଆରା କାର୍ୟ୍ୟକ୍ରମରେ ଦିବ୍ୟାଙ୍ଗ ଶିଶୁମାନେ କୌତୁକ ପୋଷାକ ପରିଧାନ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ସ୍ୱକୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ସହସମ୍ପାଦକ ବଂଶୀଧର ମହାନ୍ତିଙ୍କଦ୍ୱାରା ସଞ୍ଚାଳିତ ଏହି କାର୍ୟ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ଼ କଳ୍ପନା ମଲ୍ଲିକ,ଉଦ୍ୟୋଗବିତ୍ ରଜତ କୁମାର ଦାସ, ୧୦ନଂ ପୌରସଭ୍ୟା ରଶ୍ମିତା ସିଂହ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଭିନ୍ନକ୍ଷମତା ସତ୍ୱେ ଈଶ୍ୱରଙ୍କ ସୃଷ୍ଟିରେ ପ୍ରତ୍ୟେକ ଶିଶୁ କିଛି ନା କିଛି ସ୍ୱତନ୍ତ୍ର ଅନ୍ତର୍ନିହିତ ପ୍ରତିଭାର ଅଧିକାରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିଶୁ ଥେରାପି କେନ୍ଦ୍ରର ଥେରାପିଷ୍ଟ କୀର୍ତ୍ତି ଦାଶ,ତପସ୍ୱିନୀ ରଥ,ନିତୁରାଣୀ ବାରିକ,ମନୀଷା ବାରିକ,ସାଇଶ୍ରିତା ମେକାପ୍,ସେକ ମୁବାସୀର୍ ଓ ପ୍ରୋଜେକ୍ଟ ସୁପରଭାଇଜର ଅତନୁ କୁମାର ନାୟକ ପ୍ରଭୃତିଙ୍କ ତତ୍ତ୍ୱାବଧାନରେ ଦିବ୍ୟାଙ୍ଗ ଶିଶୁମାନେ ଉଭୟ ଏକକ ଓ ଦଳଗତ ମାଧ୍ୟମରେ କୌତୁକ ପୋଷାକ ପ୍ରଦର୍ଶନୀ ଓ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ପଚିଶରୁ ଉର୍ଦ୍ଧ୍ବ ସ୍ୱତନ୍ତ୍ର ଶିଶୁ ଓ ସେମାନଙ୍କ ଅବିଭାବକଙ୍କ ସହିତ ଅନୁଷ୍ଠାନର କୋଷାଧକ୍ଷ ଶିବଚରଣ ସାମଲ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଅତିଥିମାନେ ସ୍ୱତନ୍ତ୍ରଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।କାର୍ୟ୍ୟକ୍ରମଗୁଡିକୁ ଷ୍ଟାପ୍ କେଦାରନାଥ ବାରିକ,ଅଭିଷେକ ଜେନା,ପ୍ରଭାତ ସାମଲ,ପର୍ଶୁରାମ ତ୍ରିପାଠୀ,ରଞ୍ଜନ ସ୍ୱାଇଁ,ଦୀପକ ସାହୁ ଓ ଅମିଷା ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande