ସିଜିପିଏସସି ନିଯୁକ୍ତି ଦୁର୍ନୀତି ମାମଲାରେ ୩୦ ଜଣଙ୍କୁ ସମନ କଲା ଇଡି
ରାୟପୁର, ୫ ସେପ୍ଟେମ୍ବର (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ ପବ୍ଲିକ୍ ସର୍ଭିସ୍ କମିଶନ (ସିଜିପିଏସସି) ନିଯୁକ୍ତି ଦୁର୍ନୀତିରେ ଏହାର ମନି ଲଣ୍ଡରିଂ ଏବଂ ନଗଦ ସିଣ୍ଡିକେଟ୍'' ତଦନ୍ତ ସମ୍ପର୍କରେ ଗତକାଲି ରାତିରେ ନୋଟିସ୍ ଜାରି କରି ୩୦ ଜଣଙ୍କୁ ପଚରାଉଚରା ପାଇଁ ଡକାଇଛି । ମୁଖ୍ୟ ଅଭିଯ
ଛତିଶଗଡ଼ ପବ୍ଲିକ୍ ସର୍ଭିସ୍ କମିଶନ


ରାୟପୁର, ୫ ସେପ୍ଟେମ୍ବର (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ ପବ୍ଲିକ୍ ସର୍ଭିସ୍ କମିଶନ (ସିଜିପିଏସସି) ନିଯୁକ୍ତି ଦୁର୍ନୀତିରେ ଏହାର ମନି ଲଣ୍ଡରିଂ ଏବଂ ନଗଦ ସିଣ୍ଡିକେଟ୍' ତଦନ୍ତ ସମ୍ପର୍କରେ ଗତକାଲି ରାତିରେ ନୋଟିସ୍ ଜାରି କରି ୩୦ ଜଣଙ୍କୁ ପଚରାଉଚରା ପାଇଁ ଡକାଇଛି ।

ମୁଖ୍ୟ ଅଭିଯୁକ୍ତ ଉତ୍କର୍ଷ ଚନ୍ଦ୍ରାକର ଗିରଫ ହେବା ପରେ, ଇଡିର ରାୟପୁର ଜୋନାଲ କାର୍ଯ୍ୟାଳୟ ବିବାଦୀୟ ପ୍ରାର୍ଥୀ, ଏନଜିଓ, ଏକ ବଡ଼ କମ୍ପାନୀ ଏବଂ ରିସର୍ଟ ଅପରେଟରମାନଙ୍କୁ ପଚରାଉଚରା ପାଇଁ ଡକାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଇଡି ଏହି ନେଟୱାର୍କ ସହିତ ଜଡ଼ିତ ଥିବା ୧୬ରୁ ଅଧିକ ଏପରି ଲୋକଙ୍କୁ ଡକାଇଥିଲା, ଯେଉଁମାନେକି ସିଧାସଳଖ ମୁଖ୍ୟତଃ ପ୍ରାର୍ଥୀ, କିଛି ସ୍ଥାନୀୟ ବ୍ୟବସାୟୀ କିମ୍ବା ସମ୍ପତି ଡିଲର ଥିଲେ । ଏହା ପରେ, ଇଡି ନଗଦ ସିଣ୍ଡିକେଟ୍' ଏବଂ ମନି ଲଣ୍ଡରିଂ ବିଷୟରେ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରିବା ପରେ ଏହି ପରିସର ବ୍ୟାପକ ହୋଇଥିଲା । ଏବେ ଏଥିରେ ପାଖାପାଖି ୩୦ ଜଣ ଲୋକ ସାମିଲ୍ ଅଛନ୍ତି ।

ଏହି ମାମଲାରେ ମୁଖ୍ୟ ମଧ୍ୟସ୍ଥି ଥିବା କୋଚିଂ ସଂଚାଳକ ଉତ୍କର୍ଷ ଚନ୍ଦ୍ରାକରଙ୍କୁ ସେପ୍ଟେମ୍ବର ୧ ତାରିଖରେ ଗିରଫ କରାଯାଇଥିଲା । ଚାକିରି ଦେବା ଏବଂ ରାଜନୈତିକ ପ୍ରଭାବ ବ୍ୟବହାର କରିବା ନାମରେ ସେ ୩ କୋଟି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଇଡି ପକ୍ଷରୁ ତାଙ୍କୁ କଷ୍ଟୋଡିଆଲ ରିମାଣ୍ଡରେ ରଖାଯାଇଛି, ଯାହାକୁ ପଚରାଉଚରା କରାଯିବା ପରେ ଏହି ନୂଆ ନୋଟିସ୍ ଜାରି କରାଯାଇଛି ।

ଯାଂଚ୍ ଏଜେନ୍ସି ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, ପରୀକ୍ଷାର ଲିକ୍ ପ୍ରଶ୍ନପତ୍ର ବାଂଟିବା ବଦଳରେ ଯେଉଁ କୋଟି କୋଟି ଟଙ୍କା ନଗଦ ଅର୍ଥ ସଂଗୃହିତ ହୋଇଛି, ତାହା କେଉଁ ବ୍ୟାଙ୍କିଙ୍ଗ ଚ୍ୟାନେଲ, ସି.ଏସ୍.ଆର. ପାଣ୍ଠି କିମ୍ବା ନକଲି କମ୍ପାନୀଗୁଡ଼ିକରୁ ଟ୍ରାନ୍ସଫର କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି ଯେ, ଉତ୍କର୍ଷ ଚନ୍ଦ୍ରାକର ଏବଂ ଡକ୍ଟର ବିକାଶ ଚନ୍ଦ୍ରାକର ପରୀକ୍ଷାରେ ପାସ୍ କରାଇଦେବାର ପ୍ରତିଶୃତି ଦେଇ ପରୀକ୍ଷାର୍ଥୀଙ୍କ ଠାରୁ ୩ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା । ଏଥିମଧ୍ୟରୁ ପ୍ରାୟ ୨.୮୦ କୋଟି ଟଙ୍କା ମହାସମୁଦ ର ଡକ୍ଟର ଅନୀଲ ଚନ୍ଦ୍ରାକର ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande