ବାଲି ଚୋରା ଚାଲାଣ ବେଳେ ବାରିଆ ପୋଲିସର ଚଢ଼ାଉ: ୩ ଟ୍ରାକ୍ଟର ଜବତ
ଚମ୍ପୁଆ, ୦୫ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅଂଚଳରେ ଚାଲିଥିବା ବେଆଇନ ବାଲି ମାଫିଆଙ୍କ ବିରୋଧରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ମେର୍ମେଦା ନାଳରୁ ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ସମୟରେ ବାରିଆ ପୋଲିସ ପକ୍ଷରୁ
ବାଲି ଚୋରା ଚାଲାଣ ବେଳେ ବାରିଆ ପୋଲିସର ଚଢ଼ାଉ: ୩ ଟ୍ରାକ୍ଟର ଜବତ


ଚମ୍ପୁଆ, ୦୫ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅଂଚଳରେ ଚାଲିଥିବା ବେଆଇନ ବାଲି ମାଫିଆଙ୍କ ବିରୋଧରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ମେର୍ମେଦା ନାଳରୁ ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ସମୟରେ ବାରିଆ ପୋଲିସ ପକ୍ଷରୁ ଏକ ଅତର୍କିତ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ବାଲି ବୋଝେଇ ହୋଇଥିବା ତିନିଟି ଟ୍ରାକ୍ଟରକୁ ପୋଲିସ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ଏହି ଅଂଚଳରୁ ରାତି ସମୟରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହାକୁ ଭିତି କରି ବାରିଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇ ରାତିରେ ଚଢ଼ାଉ କରାଯାଇଥିଲା। ଜବତ କରାଯାଇଥିବା ଟ୍ରାକ୍ଟରଗୁଡ଼ିକୁ ଥାନାକୁ ଅଣାଯାଇ ଅଧିକ ତଦନ୍ତ ଜାରି ରହିଛି। ବେଆଇନ ବାଲି ଉତୋଳନ ଓ ଚୋରା ଚାଲାଣ ବିରୋଧରେ ଆଗକୁ ମଧ୍ୟ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande