
ସୁବର୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଭ୍ରମରପାଲି ଗାଁ ର ହନୁମାନ ମନ୍ଦିରରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଟି ବ୍ଲକ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ପୂର୍ବରୁ ଚୟନ ହୋଇଥିବା ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରି ଜିଲ୍ଲା କମିଟି ଗଠନ ବିଷୟରେ ବିଶଦ ଆଲୋଚନା କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l
ଆଗାମୀ ବୈଠକରେ କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଥିଲା। ସଭାର ଉଦ୍ଦେଶ୍ୟ ପ୍ରଦୀପ ପୁରୋହିତ ଜ୍ଞାପନ କରିଥିଲେ ଓ ବିନିକା ବ୍ଲକର ସଭାପତି ସନ୍ତୋଷ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସଦସ୍ୟ ଆଦିକନ୍ଦ ବାବୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଦ ଧୋଇ ଫୁଲ ଚନ୍ଦନ ଯଜ୍ଞ ପବିତ୍ର ଦେଇ ସେବା କରି ବ୍ରାହ୍ମଣ ଭୋଜନ ବ୍ୟବସ୍ଥା କରିଥିଲେ। ଏଥିରେ ଗାଁ ର ସମସ୍ତ ବ୍ରାହ୍ମଣ ସହାଯୋଗ କରି ବ୍ରାହ୍ମଣ ସେବାର ସୁଯୋଗ ନେଇଥିଲେ l ଏ ସୁନ୍ଦର ବ୍ୟବସ୍ଥା ପାଇଁ ସମବେତ କାର୍ଯ୍ୟକର୍ତ୍ତା ଆୟୋଜକଙ୍କୁ ପ୍ରଶଂସା କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ