
କେନ୍ଦ୍ରାପଡ଼ା, ୦୫ ସେପ୍େଟମ୍ବର (ହି.ସ.) : ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ଅଧିକାରୀ। କେନ୍ଦ୍ରାପଡା ଡ୍ରେନେଜ୍ ବିଭାଗର ଏଷ୍ଟିମେଟର ଅନୁପମା ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ସୂଚନା ଅନୁସାରେ, ଆଜି ମାର୍ଶାଘାଇ କ୍ରସିଂ ଛକ ନିକଟରେ କେନ୍ଦ୍ରାପଡ଼ା ଏବଂ କଟକ ଭିଜିଲାନ୍ସ ବିଭାଗର ମିଳିତ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅଧିକାରୀ ଅନୁପମା ସାହୁ ନିଜ କାର୍ ରେ ୩ ଲକ୍ଷ ୧୫ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତର ଦେଇ ନପାରିବାରୁ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି -୧. ମାର୍ଶାଘାଇ ସ୍ଥିତ କାର୍ୟ୍ୟାଳୟ, ୨. ଦୁହୁରିଆ ସ୍ଥିତ ଭଡ଼ା ଘର, ୩. ଢେଙ୍କାନାଳ ସ୍ଥିତ ପୈତୃକ ଘର ଏପର୍ୟ୍ୟନ୍ତ କେତେ ସମ୍ପତି ଜବତ ହୋଇଛି ସେ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇନାହିଁ। ତଦନ୍ତ ଜାରି ରହିଛି।
-------------
ହିନ୍ଦୁସ୍ଥାନ ସମାଚାର / ରବି