ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତିକା ଅନୁକୂଳ ପର୍ବ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ
ବଲାଙ୍ଗିର, ୦୫ ସେପ୍େଟମ୍ବର (ହି.ସ.) ବଲାଙ୍ଗିର ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ମୂର୍ତିକା ଅନୁକୂଳ ପର୍ବ ଆଜି ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି ।ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବୈଦିକ ରୀତିନୀତି ଅନୁସାରେ ବେଲ ବୃକ୍ଷ ମୂଳରୁ ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ପବି
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ  ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ


ବଲାଙ୍ଗିର, ୦୫ ସେପ୍େଟମ୍ବର (ହି.ସ.) ବଲାଙ୍ଗିର ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ମୂର୍ତିକା ଅନୁକୂଳ ପର୍ବ ଆଜି ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି ।ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବୈଦିକ ରୀତିନୀତି ଅନୁସାରେ ବେଲ ବୃକ୍ଷ ମୂଳରୁ ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା । ଏହି ପବିତ୍ର ମୂର୍ତିକାକୁ ସ୍ଥାନୀୟ ଦୁର୍ଗା ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ ।

ଏହି ଅବସରରେ ପୂଜା କମିଟିର କର୍ମକର୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ବେଲ ବୃକ୍ଷ ନିକଟରେ ପହଂଚି ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ମୂର୍ତିକା ସଂଗ୍ରହ ସହିତ ଏବେ ଆରମ୍ଭ ହେବ ମାଁଙ୍କ ମନୋମୁଗ୍ଧକର ମୃଣ୍ମୟୀ ପ୍ରତିମା ନିର୍ମାଣର ପବିତ୍ର ପ୍ରକ୍ରିୟା ।

ଚଳିତ ବର୍ଷ ପୂଜାର କର୍ତା ଭାବେ ହଳାୟୁଦ୍ଧ ପୁଝାରୀ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପୁଝାରୀ ଦାୟିତ୍ୱ ତୁଳାଉଛନ୍ତି ।

ପୂଜା କାର୍ଯ୍ୟରେ ନିରଞ୍ଜନ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ଭାଗୀରଥି ମହାକୁର, ଲକ୍ଷ୍ମୀ ମହାରଣା, ଡମ୍ବରୁ ପଶାୟତ, ଗଣେଶ ସେଠ୍ ପ୍ରମୁଖ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଚେତନାନନ୍ଦ ପଣ୍ଡା, ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି ପ୍ରଦୀପ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ସଞ୍ଜୀବ ଶତପଥୀ, ଦେବବ୍ରତ ବଗର୍ତୀ, ବରିଷ୍ଠ ସଦସ୍ୟ ସଞ୍ଜୟ ପୁଜାରୀ, ଶ୍ରୀକାନ୍ତ ରାଉତ, ହୃଷିକେଶ ପଟ୍ଟନାୟକ, କୁଲଦୀପ ପଣ୍ଡା, ଗୋପୀନାଥ ଚନ୍ଦନ, ତାପସ ମହାନ୍ତି, ରାମ ଦୀପ, ଗଗନ ସେଠ୍, ନୂତନ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande