ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଅଭିଯୁକ୍ତ ଗିରଫ
ଜୟପୁର, ୫ ସେପ୍ଟେମ୍ବର (ହି.ସ.)- ଜୟପୁର ଦେଶି ମଦ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ଅବକାରି ଥାନା ଆଜି ପାଞ୍ଜିଆଗୁଡା ଓ ତେଲିଗୁଡାରେ ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ କଳାଗୁଡାର ଆକାଶ କନ୍ଦପାନ ଓ ନିଳାଗୁଡାର ସଦାଶିବ ଦୁରୁଆ । ସୂଚନା ଅନୁଯାୟୀ, ଦେଶି ମ
ଦେଶି ମଦ ଚାଲାଣ ବେଳେ ଚଢାଉ ୨ ଅଭିଯୁକ୍ତ ଗିରଫ


ଜୟପୁର, ୫ ସେପ୍ଟେମ୍ବର (ହି.ସ.)- ଜୟପୁର ଦେଶି ମଦ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ଅବକାରି ଥାନା ଆଜି ପାଞ୍ଜିଆଗୁଡା ଓ ତେଲିଗୁଡାରେ ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ କଳାଗୁଡାର ଆକାଶ କନ୍ଦପାନ ଓ ନିଳାଗୁଡାର ସଦାଶିବ ଦୁରୁଆ ।

ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ସୂଚନା ପାଇ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରାଯାଇଥିଲା। ତେଲିଗୁଡାରେ ଚଢଉ କରି ୫୦ ଲିଟର ଦେଶି ମଦ ସହ ବାଇକ କୁ ଜବତ କରିଛି । ସେହିପରି ପାଞ୍ଜିଆଗୁଡାରେ ଚଢଉ କରି ୧୮ ଲିଟର ଦେଶି ମଦ ସହ ବାଇକ କୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ବାଇକ ରେ ନିଳାଗୁଡା ଓ କଳାଗୁଡାରୁ ଜୟପୁର ସହରକୁ ଚାଲାଣ କରୁଥିବା ଅବକାରି ବିଭାଗ ତଦନ୍ତରୁ ଜାଣିବାକୁ ପାଇଛି । ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande