
ଝାରସୁଗୁଡ଼ା, ୦୫ ସେପ୍ଟେମ୍ବର (ହି.ସ.) - କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ମିନି ଷ୍ଟାଡିୟମ ନୂଆଁଖାଇ ଉପଲକ୍ଷେ ଚାଲିଥିବା ବହୁ ପ୍ରସିଦ୍ଧ ଜ୍ୟୋତି ଏକାଦଶ ଫୁଟବଲ୍ ଟୁର୍ଣ୍ଣାମେଂଟର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଏସ ଜି ବ୍ରଦର ଦଳ ୧-୦ ଗୋଳରେ ନାଗ୍ରୁପତ୍ରା କୁ ହରାଇ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି । ଖେଳକୁ ଜାତୀୟ ରେଫରୀ କିସନ ଦାସ, ରେଫରି ରମଣୀ ମାଝୀ, ଅଭିଳାଷ ସାହୁ ଓ ଅମିତ ବାଗ ପରିଚାଳନା କରିଥିଲେ । ଆଜିର ମ୍ୟାଚ ରେ ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ଲକ୍ଷ୍ମଣ ନାଏକ, ଗ୍ରାମ୍ୟ କମିଟି ସଭାପତି ସୌରେନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ସପ୍ନେଶ୍ୱର ନାଏକ ଓ ଖିତିଚନ୍ଦ୍ର ନାଏକ, ସମାଜସେବୀ ସୌରେନ୍ଦ୍ର ନାଏକ ଓ ଶତ୍ରୁଘନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ଆୟୋଜକ ଜ୍ୟୋତି ଏକାଦଶ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ରବିବାର ଏସଇଆର ଜୁନିଅର୍ ବ୍ରଜରାଜନଗର ଓ ସାହ୍ଲେପାଲି ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ