ବିନା ସୂଚନା ଫଳକରେ ନିର୍ମାଣ ହେଉଛି ସରକାରୀ କୋଠା
ଘଟଗାଁ,୫ ସେପ୍ଟେମ୍ବର (ହି.ସ.) ବିନା ସୂଚନା ଫଳକରେ ନିର୍ମାଣ ହେଉଛି ସରକାରୀ କୋଠା ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ନିରବ ଥିବାବେଳେ ନିମ୍ନମାନର କାମକରି ଠିକାଦାର ମାଲେ ମାଲ ହେଉଛି। ଏଭଳି ଖବର ଘଟଗାଁ ବ୍ଲକ ବର୍ହାଟିପୁରା ପଞ୍ଚାୟତ ଅଧୀନରେ ନିର୍ମାଣ ହେଉଥିବା ଏକ ସରକାରୀ କୋଠା ତାହାର କୌଣସି ସୂଚନା
ବିନା ସୂଚନା ଫଳକରେ ନିର୍ମାଣ ହେଉଛି ସରକାରୀ କୋଠା


ଘଟଗାଁ,୫ ସେପ୍ଟେମ୍ବର (ହି.ସ.)

ବିନା ସୂଚନା ଫଳକରେ ନିର୍ମାଣ ହେଉଛି ସରକାରୀ କୋଠା ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ନିରବ ଥିବାବେଳେ ନିମ୍ନମାନର କାମକରି ଠିକାଦାର ମାଲେ ମାଲ ହେଉଛି। ଏଭଳି ଖବର ଘଟଗାଁ ବ୍ଲକ ବର୍ହାଟିପୁରା ପଞ୍ଚାୟତ ଅଧୀନରେ ନିର୍ମାଣ ହେଉଥିବା ଏକ ସରକାରୀ କୋଠା ତାହାର କୌଣସି ସୂଚନା ନାହିଁ। ସରକାରୀ ନିୟମ ଅନୁଯାୟୀ ଯେ କୌଣସି ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟର ସମ୍ପୂର୍ଣ ବିବରଣୀ ଫଳକରେ ଉଲ୍ଲେଖ କରି କାର୍ଯ୍ୟ ଆରମ୍ଭ କରିବା ନିୟମ ରହିଛି।ବର୍ହାଟିପୁରା ପଞ୍ଚାୟତ ଅଧୀନରେ ନିର୍ମାଣ ହେଉଥିବା କୋଠା କେଉଁ ବିଭାଗର ଓ କେଉଁ କୋଠା ନିର୍ମାଣ ହେଉଛି ତାହାର କିଛି ସୂଚନା ନାହିଁ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ଲିଞ୍ଚ ପତନରେ ବାଲି ଭର୍ତ୍ତି କରି ମେଂଟାଲିଂ କରିବା ପରିବର୍ତ୍ତେ ଧଳା ମୁରୁଜ ମାଟି ପକାଇ ମେଂଟାଲିଂ କରିଛନ୍ତି। କଂକ୍ରିଟ ଢଳାଇ ଓ ଇଟା ଯୋଡ଼ାଇ ଲାଗି ଆବଶ୍ୟକ ପରିମାଣ ସିମେଣ୍ଟ ଠାରୁ କମ ପରିମାଣର ସିମେଣ୍ଟ ଦେଇ କାମ କରୁଛନ୍ତି। ଏହାକୁ ନେଇ ଏବେ ଜନ ସାଧାରଣରେ ଦାବୀ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି କେଉଁ ବିଭାଗର କାମ କେତେ ଟଙ୍କାର କାମ ତଦନ୍ତ କରି ସୂଚନା ଫଳକ ଲଗାଇ ସଠିକ ନିୟମ ଅନୁଯାୟୀ କାର୍ଯ୍ୟ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande