
ବଲାଙ୍ଗୀର, ୦୫ ସେପ୍ଟେମ୍ବର (ହି.ସ.) - ତୁଷୁରା- ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପବିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଂଚଳିକ ସାଧନ ସଂଯୋଜକ ଜଗମୋହନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁର ଗାରିମା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଲୁମିନି ସଦସ୍ୟ ଜଗଦୀଶ ପ୍ରସାଦ କେଡିଆ ଓ ରାଧାରମଣ କେଡିଆ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରସିଂହ ଛତ୍ରିଆ ଓ ପ୍ରମୋଦ କୁମାର ସାଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ଶିଶୁମାନଙ୍କ ପାଇଁ ତିଥି ଭୋଜନ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିନ୍ଦୁ ମାହାଣା ସଂଚାଳନ କରିଥିବା ବେଳେ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ରଞ୍ଜିତା ନାଗ ଓ ଆକାଂକ୍ଷା ରାଣୀ ଯୋଶୀ ମାନପତ୍ର ପାଠ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ