ଧରଣୀଧର ବିଶ୍ୱବିଦ୍ୟାଳୟରେ ଏବିଭିପି ପକ୍ଷରୁ ଗୁରୁ ଦିବସ ପାଳିତ
କେନ୍ଦୁଝର, 04 ସେପ୍ଟେମ୍ବର (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଧରଣୀଧର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଗୁରୁ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ
Guru dibas celebration


କେନ୍ଦୁଝର, 04 ସେପ୍ଟେମ୍ବର (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଧରଣୀଧର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଗୁରୁ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସମ୍ମାନ ଜଣାଇବା ସହ ଗୁରୁଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱ, ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଶିକ୍ଷକମାନଙ୍କ ଭୂମିକା ଏବଂ ସମାଜ ଗଠନରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଶିକ୍ଷକମାନଙ୍କୁ ଗୁରୁ ଦିବସର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଛାତ୍ର ସମାଜର ସର୍ବାଙ୍ଗୀଣ ବିକାଶ ଓ ଉତ୍ତମ ଭବିଷ୍ୟତ ଗଠନରେ ଶିକ୍ଷକମାନଙ୍କ ଅବଦାନ ଅତୁଳନୀୟ ବୋଲି କାର୍ଯ୍ୟକର୍ତ୍ତାମାନେ ମତ ପ୍ରକାଶ କରିଥିଲେ।

ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ସୋମନାଥ ମହାନ୍ତ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ଶାଖାର କାର୍ଯ୍ୟକର୍ତ୍ତା ଦୀପିକା ନାଏକ,ଅପର୍ଣ୍ଣା ବେହେରା, ଲୋକପତି ନାୟକ ,ଅମୂଲ୍ୟ ବାରିକ୍ , ସ୍ନେହାଶିଷ ମହାନ୍ତି, ଶୁଭମ ସାହୁ, ସୁନୀଲ ନାୟକ , ଆଶିଷ ନାୟକ , ସୌଭାଗ୍ୟ କୁମାର ରାଉତ ଓ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande