
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ଭୁବନେଶ୍ୱର ବାସଭବନ ଠାରେ ଭେଟି ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ମନ୍ତ୍ରୀ ମଧ୍ୟ ଖୁବ୍ ଶୀଘ୍ର ଡାକ୍ତର ପ୍ରଦାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଲଟ୍ରା ସାଉଣ୍ଡ ଯନ୍ତ୍ର, ଡିଜିଟାଲ ଏକ୍ସ ରେ, ନୂତନ ଉପକରଣ, କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡାଇଲସିସ କେନ୍ଦ୍ର, ମେଡିସିନ ବିଶେଷଜ୍ଞ ଡାକ୍ତର ଓ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମାଥିଲି ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ନିୟମିତ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି । ମନ୍ତ୍ରୀଙ୍କ ସହ ସାକ୍ଷାତକାର ସମୟରେ ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ମୁଖାର୍ଜୀ ଓ ବିଧାୟକ ପ୍ରତିନିଧି ନିହାର ରାୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ