ବାଣିଜ୍ୟ କ୍ଷତି କମାଇବା ପାଇଁ ଭାରତ ସହ ରପ୍ତାନି ବଢ଼ାଇବ ଢାକା ସରକାର : ବାଣିଜ୍ୟ ମନ୍ତ୍ରୀ ମୁକ୍ତାଦିର
ଢାକା, ୦୫ ସେପ୍େଟମ୍ବର (ହି.ସ.)- ବାଂଲାଦେଶ ସରକାର ଭାରତ ଏବଂ ଚୀନ ସହ ବଢ଼ୁଥିବା ବାଣିଜ୍ୟ ଘାଟତିକୁ କମାଇବା ପାଇଁ କୌଣସି ଗୋଟିଏ ଦେଶ ଉପରେ କେନ୍ଦ୍ରିତ ରଣନୀତି ଆପଣାଇବା ପରିବର୍ତେ ଦେଶର ମୋଟ ରପ୍ତାନି କ୍ଷମତା ବଢ଼ାଇବା ଉପରେ ଜୋର ଦେବ। ବାଣିଜ୍ୟ ମନ୍ତ୍ରୀ ଖାନ୍ଦକାର ଅବ୍ଦୁଲ ମୁକ୍ତାଦିର ଗୁରୁବାର ସ
ବାଣିଜ୍ୟ କ୍ଷତି କମାଇବା ପାଇଁ ଭାରତ ସହ ରପ୍ତାନି ବଢ଼ାଇବ ଢାକା ସରକାର : ବାଣିଜ୍ୟ ମନ୍ତ୍ରୀ ମୁକ୍ତାଦିର


ଢାକା, ୦୫ ସେପ୍େଟମ୍ବର (ହି.ସ.)- ବାଂଲାଦେଶ ସରକାର ଭାରତ ଏବଂ ଚୀନ ସହ ବଢ଼ୁଥିବା ବାଣିଜ୍ୟ ଘାଟତିକୁ କମାଇବା ପାଇଁ କୌଣସି ଗୋଟିଏ ଦେଶ ଉପରେ କେନ୍ଦ୍ରିତ ରଣନୀତି ଆପଣାଇବା ପରିବର୍ତେ ଦେଶର ମୋଟ ରପ୍ତାନି କ୍ଷମତା ବଢ଼ାଇବା ଉପରେ ଜୋର ଦେବ। ବାଣିଜ୍ୟ ମନ୍ତ୍ରୀ ଖାନ୍ଦକାର ଅବ୍ଦୁଲ ମୁକ୍ତାଦିର ଗୁରୁବାର ସଂସଦରେ ଏହି ସୂଚନା ଦେଇଛନ୍ତି।

ବାଂଲାଦେଶର ସରକାରୀ ସମ୍ବାଦ ଏଜେନ୍ସି ବାଂଲାଦେଶ ସଙ୍ଗବାଦ ସଂସ୍ଥା (ବିଏସ୍ଏସ୍) ଅନୁଯାୟୀ, ମନ୍ତ୍ରୀ ଜାତୀୟ ସଂସଦରେ ପ୍ରଶ୍ନୋତର ଅଧିବେଶନ ସମୟରେ ବିରୋଧୀ ଜମାତ-ଏ-ଇସ୍ଲାମୀର ସାଂସଦ ଏମ. ଅବ୍ଦୁଲ ବାତେନଙ୍କ ପୂରକ ପ୍ରଶ୍ନର ଉତର ଦେଇ କହିଥିଲେ ଯେ ଭାରତ ଏବଂ ଚୀନ ସହ ବାଂଲାଦେଶର ବାଣିଜ୍ୟ ଘାଟତି ବେଶ୍ ବଡ଼, କିନ୍ତୁ ଏହାକୁ କେବଳ କୌଣସି ଗୋଟିଏ ଦେଶ ସହ ଜଡ଼ିତ ସମସ୍ୟା ଭାବେ ଦେଖାଯିବା ଉଚିତ ନୁହେଁ। ସେ କହିଥିଲେ, “ଆମକୁ କୌଣସି ଗୋଟିଏ ଦେଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପରିବର୍ତେ ଆମର ମୋଟ ରପ୍ତାନି କ୍ଷମତା ବଢ଼ାଇବାର ଆବଶ୍ୟକତା ରହିଛି।

ମୁକ୍ତାଦିର କହିଥିଲେ ଯେ ସରକାର ରପ୍ତାନି ବଢ଼ାଇବାର ସମ୍ଭାବନା ଥିବା ଅନେକ କ୍ଷେତ୍ର ଚିହ୍ନଟ କରିଛି। ଏଥିରେ ଚମଡ଼ା, ଝୋଟ, ଜାହାଜ ନିର୍ମାଣ, ହାଲୁକା ଇଞ୍ଜିନିୟରିଂ ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ର ସାମିଲ ଅଛି।

ସେ କହିଥିଲେ ଯେ ଏହି କ୍ଷେତ୍ରଗୁଡ଼ିକରେ ଅନୁକୂଳ ନୀତି ତିଆରି କରିବା ଏବଂ ନୂଆ ନିବେଶ ଆକର୍ଷିତ କରିବା ପାଇଁ ପ୍ରୟାସ କରାଯାଉଛି। ଏହା ସହିତ, ଏପରି ଶିଳ୍ପଗୁଡ଼ିକୁ ମଧ୍ୟ ବିକଶିତ କରିବାର ଚେଷ୍ଟା ହେଉଛି, ଯେଉଁଗୁଡ଼ିକ ଏବେ ନିଜର ସମ୍ପୂର୍ଣ୍ଣ ରପ୍ତାନି କ୍ଷମତାର ବ୍ୟବହାର କରିପାରିନାହାନ୍ତି।

ବାଣିଜ୍ୟ ମନ୍ତ୍ରୀଙ୍କ ଅନୁଯାୟୀ, ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟର ମୋଟ ମୂଲ୍ୟ ପ୍ରାୟ ୧୨.୭ ବିଲିୟନ ଆମେରିକୀୟ ଡଲାର। ଏଥିରେ ବାଂଲାଦେଶ ଭାରତକୁ ପ୍ରାୟ ୧.୮୯ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରେ, ଯେତେବେଳେ କି ଭାରତରୁ ହେଉଥିବା ଆମଦାନି ଏହାଠାରୁ ବହୁତ ଅଧିକ। ସେ କହିଥିଲେ ଯେ ଆର୍ôଥକ ବର୍ଷ ୨୦୨୫-୨୬ରେ ଭାରତ ସହ ବାଂଲାଦେଶର ବାଣିଜ୍ୟ ଘାଟତି ପୂର୍ବ ଆର୍ôଥକ ବର୍ଷ ତୁଳନାରେ ଆହୁରି ବଢ଼ିଛି।

--------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande