ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ପାଳନ
ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ପାଳନ
ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ପାଳନ


ସମ୍ବଲପୁର, ୦୫ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଯାଦବ ସଂଘ ପକ୍ଷରୂ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ତଥା ସଂଘ ର ପ୍ରତିଷ୍ଠା ଦିବସ କୁ ଗୋପାଳ ଜୀ ମନ୍ଦିର ଠାରେ ଖୁବ୍ ଧୂମଧାମ୍ ରେ ପାଳନ କରାଯାଇଥିଲା । ଯାଦବ ସଂଘ ର କାର୍ଯ୍ୟକର୍ତା ମାନେ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହିତ ୧୦୮ ଦୀପ ଜାଳି ସମସ୍ତ ଦେଶବାସୀଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ଏଥିରେ ସମ୍ବଲପୁର ଯାଦବ ସଂଘ ର ସଭାପତି ଭୋଲାଶଙ୍କର ମହତମ, ସଂପାଦକ ହେମନ୍ତ ଗହୀର, ଉପସଭାପତି ରାମଚନ୍ଦ୍ର ପୋଢ଼, ଗୁଣନିଧି ରାଉତ, ଜୟକିଶୋର ଜାଲ, ଗୋରେଖ ନାଥ ଚାର, ମହେଶ୍ୱର ଷଣ୍ଢ, ରାଜୁ ପୋଡ଼, ଲେଲୁର୍ଯ୍ୟ ନାଗ, ବିଜୟଲକ୍ଷ୍ମୀ ବେହେରା, ସୁମି ମହାକୁର, ସିମା ଷଣ୍ଢ , ତୋଫାନ ବେହେରା, କାନନ ନାଗ, ନବକିଶୋର ଜାଲ, ଲୋକନାଥ ବଗର୍ତି, ଘନଶ୍ୟାମ ମହାକୁର, ଲୋକନାଥ ଅହିର, ଜଗଦୀଶ ମଲ୍ଲିକ, ନିଖିଲ ନାଗ, ହରିହର ଷଣ୍ଢ,ଅଲେଖ ଘିବେଲା, ରାଜେଶ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande