

ଭୁବନ, ୫ ସେପ୍ଟେମ୍ବର (ହି.ସ.)- ଅତ୍ୟନ୍ତ ଉତ୍ସାହ,ଉଦ୍ଦୀପନା,ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଶନିବାର ଭୁବନ ଜଗନ୍ନାଥ ମନ୍ଦିରରେ ଦୁର୍ଲଭ ଶାଳଗ୍ରାମ ସ୍ଥାପନ କରାଯାଇଛି । ଦୁର୍ଲଭ ଶାଳଗ୍ରାମକୁ ସ୍ୱାଗତ ଓ ଦର୍ଶନ କରିବା ସହ ନିମନ୍ତେ ଶନିବାର ମଧ୍ୟାହ୍ନରେ ମା କାଲୁଣୀ ଦେବୀ ଙ୍କ ମନ୍ଦିର ନିକଟରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ୍ତଙ୍କ ସମାବେଶ ହୋଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ପୁରୀ ଗୋବର୍ଦ୍ଧନ ମଠ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଓ ବ୍ରହ୍ମପୁର ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିରରୁ ଭଗବତ ଭକ୍ତ ଗୋପାଳ ରାଓ ଜୀ ଦୁର୍ଲଭ ଶାଳଗ୍ରାମ ଭଗବାନ ଏକ ସୁସଜ୍ଜିତ ଗାଡ଼ିରେ ପହଞ୍ଚିବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ଗଗନ ପବନ ପ୍ରକମ୍ପିତ କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀ,ମାତୃ ମଣ୍ଡଳୀ ଓ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ଏକ ପାଲିଙ୍କିରେ ବ୍ରହ୍ମସ୍ୱରୁପ ଶାଳଗ୍ରାମ କୁ ରଖି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଶାଳଗ୍ରାମକୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା ।
ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ଙ୍କ ସମେତ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ସମ୍ପାଦକ ନିରଞ୍ଜନ ଗୁରୁ,ଦଶହରା ବଳଦ ଯାତ୍ରା କମିଟି ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ,ଗୋପୀନାଥ ମହାନ୍ତି,ସୁବ୍ରତ କୁମାର ସାହୁ,ସନାତନ ସାହୁ,ସତ୍ୟାନନ୍ଦ ପୃଷ୍ଟି,ସୁରେନ୍ଦ୍ର ସାହୁ,ନରହରି ସାହୁ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ,ନରେନ୍ଦ୍ର ବେହେରା, କାଳନ୍ଦି ସାହୁ,ଖଗେଶ୍ୱର ନାୟକ,ଜ୍ୟୋତିଷ କୁମାର ସାହୁ,ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ମନ୍ଦିରରେ ଶାଳଗ୍ରାମ ଭଗବାନଙ୍କ ସ୍ଥାପନା ଓ ପ୍ରତିଷ୍ଠାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ