ପଞ୍ଚାୟତିରାଜ ମନ୍ତ୍ରୀଙ୍କ ମାତୃ ବିୟୋଗରେ ଶୋକ
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ମାତୃ ବିୟୋଗରେ ଶୋକ
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ମାତୃ ବିୟୋଗରେ ଶୋକ


ସମ୍ବଲପୁର, ୦୫, ସେପ୍ଟେମ୍ବର (ହି.ସ.) ଓଡ଼ିଶା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମା ତଥା ପୂର୍ବତନ ସରପଞ୍ଚ ମହେନ୍ଦ୍ର ନାୟକଙ୍କ ମା' ଶୁଭ ନାଏକ(୮୫) ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏଆଇଆଇଏମ୍ଏସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଥିବା ବେଳେ ଖନଡୋକଟା ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସ୍ଵର୍ଗତା ନାଏକଙ୍କ ପରଲୋକରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି । ଶୁଭ ନାଏକ ମାଉସୀ ସ୍ନେହୀ, ଧର୍ମପରାୟଣ ଓ ଆଦର୍ଶବାଦୀ ମହିଳା ଥିଲେ। ତାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର, ସଂସ୍କାର ଓ ଆଶୀର୍ବାଦ ମୋ ପାଇଁ ଚିର ସ୍ମରଣୀୟ ହୋଇରହିବ ।

ପଂଚାୟତି ରାଜ ମନ୍ତ୍ରୀ ନାଏକ ଙ୍କର ମାତୃ ବିୟୋଗ ରେ ଶୋକ ପ୍ରକାଶ କରି ରାଜସ୍ବ ସୁରେଶ ପୂଜାରୀ ଏକ ଶୋକ ବାର୍ତ୍ତା ରେ କହିଛନ୍ତି ଯେ, ଦୀର୍ଘ ଦିନର ରାଜନୈତିକ ଜୀବନରେ କୁଚିଣ୍ଡା ଗସ୍ତ ସମୟରେ ଖଣ୍ଡୋକଟା ଗ୍ରାମରେ ଶୁଭ ନାଏକ। ମାଉସୀଙ୍କ ସାର୍ନିଧ୍ୟ ମିଳିଛି l ଜଣେ ସରଳ ଓ ସ୍ନେହୀ ମାଆ ଥିବା ସହ ଖୁବ ଆଦର ଦାତା ଥିଲେ l

ଏଥିସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ, ଏହି ଦୁଃଖଦ ସମୟରେ ପରିବାର ବର୍ଗ ଙ୍କୁ ଅସୀମ ସାହସ ଓ ଧର୍ଯ୍ୟ ପ୍ରାପ୍ତ ହେଉ ବୋଲି ପ୍ରାର୍ଥନା କରିଛନ୍ତି l ବିଧାୟକ ଜୟନାରାୟଣ ମିଶ୍ର, ସାନ ଭାଇ ତଥା ଓଡ଼ିଶାର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ମା’ ଶୁଭ ନାଏକଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ ବୋଲି କହି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande