
କେନ୍ଦୁଝର, ୦୫ ସେପ୍େଟମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ସ୍ଥିତ ଟିକିରା ଆର ଏମ୍ ସି କମ୍ପେ୍ଲକ୍ସ ରେ ଦୋକାନ କରିଥିବା ସିପୁନ ମାଝି ଙ୍କ ମୋବାଇଲ ଆସେସିରିଜ୍ ଦୋକାନ ରୁ ଆଜି ଦୁଇ ଜଣ ଦୁବୃର୍ତ ଏକ ପଲସର ବାଇକ୍ ରେ ଆସି ଏକ ଫୋନ୍ ଫେ କୁ ୭ ହଜାର ୫୦୦ ଟଙ୍କା ପଠାଇବା ପାଇଁ କହିଥିଲେ। ଏବଂ ଅମୀୟ ଲୋଚନ ବାରିକ ଙ୍କ ଆକାଉଂଟ କୁ ଦୋକାନୀ ,ସିପୁନ ମାଝି ୭ ହଜାର ୫୦୦ ଟଙ୍କା ପଠାଇ ଥିଲେ । ପଲସର ବାଇକ୍ ରେ ଆସିଥିବା ଦୁବୃର୍ତ ଦୁଇଜଣ ଟଙ୍କା ଦେଉଛୁ କହି ଦୋକାନ ସମ୍ମୁଖରେ କିଛି ସମୟ ବସିଥିଲେ । ଆଜି ଶନିବାର ହାଟ ଥିବାରୁ,ଦୋକାନ ରେ ଲୋକଙ୍କ ଗହଳି ର ସୁଯୋଗ ଦେଖି ଦୁବୃର୍ତ ଦୁଇଜଣ ଖସି ପଳାଇ ଯାଇଥିଲେ। ଯାହା ତାଙ୍କ ସିସିଟିଭି କ୍ୟାମେରା ରେ କଏଦ୍ ହୋଇଛି। ଏହାକୁ ନେଇ ସିପୁନ ମାଝି ଘଟଗାଁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
-------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA