ଜିଲା ସାମ୍ବାଦିକ ସଙ୍ଘ ନୂତନ କର୍ମକର୍ତ୍ତା ହରି ନାରାୟଣ ପୂଝାରୀ ସଭାପତି, ଦୀପକ ପୁରୋହିତ ସାଧାରଣ ସମ୍ପାଦକ
ବଲାଙ୍ଗିର, 05 ସେପ୍ଟେମ୍ବର (ହି.ସ.) ବଲାଙ୍ଗିର, ୫ା୯() : ବଲାଙ୍ଗିର ଜିଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ବିଧାୟକ
ଜିଲା ସାମ୍ବାଦିକ ସଙ୍ଘ ନୂତନ କର୍ମକର୍ତ୍ତା ହରି ନାରାୟଣ ପୂଝାରୀ ସଭାପତି, ଦୀପକ ପୁରୋହିତ ସାଧାରଣ ସମ୍ପାଦକ

ଜିଲା ସାମ୍ବାଦିକ ସଙ୍ଘ ନୂତନ କର୍ମକର୍ତ୍ତା ହରି ନାରାୟଣ ପୂଝାରୀ ସଭାପତି, ଦୀପକ ପୁରୋହିତ ସାଧାରଣ ସମ୍ପାଦକ

ଜିଲା ସାମ୍ବାଦିକ ସଙ୍ଘ ନୂତନ କର୍ମକର୍ତ୍ତା ହରି ନାରାୟଣ ପୂଝାରୀ ସଭାପତି, ଦୀପକ ପୁରୋହିତ ସାଧାରଣ ସମ୍ପାଦକ

ଜିଲା ସାମ୍ବାଦିକ ସଙ୍ଘ ନୂତନ କର୍ମକର୍ତ୍ତା ହରି ନାରାୟଣ ପୂଝାରୀ ସଭାପତି, ଦୀପକ ପୁରୋହିତ ସାଧାରଣ ସମ୍ପାଦକ

ଜିଲା ସାମ୍ବାଦିକ ସଙ୍ଘ ନୂତନ କର୍ମକର୍ତ୍ତା ହରି ନାରାୟଣ ପୂଝାରୀ ସଭାପତି, ଦୀପକ ପୁରୋହିତ ସାଧାରଣ ସମ୍ପାଦକ

ବଲାଙ୍ଗିର, 05 ସେପ୍ଟେମ୍ବର (ହି.ସ.)

ବଲାଙ୍ଗିର, ୫ା୯() : ବଲାଙ୍ଗିର ଜିଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ। ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ, ବରିଷ୍ଠ ସଦସ୍ୟ ସୁବାସ କୁମାର ପଣ୍ଡା, ସୁଧୀର କୁମାର ପଣ୍ଡା, ନବୀନ ପଶାୟତ ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ସଭା ସଂଯୋଜନା କରିଥିଲେ। ପରେ ସଭାପତି ଶ୍ରୀ ପରିଡ଼ାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ସଙ୍ଘର ବାର୍ଷିକ ବିବରଣୀ ସହ ଆୟ ବ୍ୟୟ ରିପୋର୍ଟ ଉପସ୍ଥାପନ କରିଥିଲେ । ବରିଷ୍ଟ ସଦସ୍ୟ ଗୋପବନ୍ଧୁ ଶତପଥି , ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର କୁମାର ଝାଙ୍କର ସାଧାରଣ ପରିଷଦ ବୈଠକ ରେ ନିଜ ବକ୍ତବ୍ୟ ରଖଥିଲେ। ଉପସଭାପତି ଶ୍ରୀ ବଳରାମ ମିଶ୍ର ସଭା ସଂଯୋଜନା କରିଥିଲେ । ଏହି ଅବସରରେ ସଙ୍ଘ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହରିନାରାୟଣ ପୂଜାରୀ ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ମନୋନୀତ ହୋଇଥିଲେ। ବଲାଙ୍ଗିର ଉପଖଣ୍ଡ ଉପସଭାପତି ଭାବେ ଆନନ୍ଦ ଚନ୍ଦ୍ର ସାହୁ, ପାଟଣାଗଡ଼ ଉପଖଣ୍ଡ ଉପସଭାପତି ସୁବୋଧ ମେହେର ଓ ଟିଟିଲାଗଡ଼ ଉପଖଣ୍ଡ ଉପସଭାପତି ଭାବେ ଦୀପକ ସମାଦ୍ଦାର ମନୋନୀତ ହୋଇଥିଲେ। ଦୀପକ ପୁରୋହିତ ସାଧାରଣ ସମ୍ପାଦକ ଭାବେ ଓ ଶରତ କୁମାର ମହାକୁର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ବଲାଙ୍ଗିର ଉପଖଣ୍ଡ ସମ୍ପାଦକ ଭାବେ ରଞ୍ଜିତ ବେହେରା, ପାଟଣାଗଡ଼ ଉପଖଣ୍ଡ ମନୋଜ କୁମାର ମିଶ୍ର ଓ ଟିଟିଲାଗଡ଼ ଉପଖଣ୍ଡ ସମ୍ପାଦକ ଭାବେ ସଞ୍ଜୟ କୁମାର ବେହେରା ମନୋନୀତ ହୋଇଥିଲେ। ଶରତ ଚନ୍ଦ୍ର ମିଶ୍ର ସାଂଗଠନିକ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପଣ୍ଡା ନିର୍ବାଚନ ଅଧିକାରୀ ଓ ବରିଷ୍ଠ ସାମ୍ବାଦିକ ନବୀନ କୁମାର ପଶାୟତ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande