




ସମ୍ବଲପୁର, ୦୫, ସେପ୍େଟମ୍ବର (ହି.ସ.) ଆଜି ଅପରାହ୍ନରେ, ନନ୍ଦୋତ୍ସବ ଅବସରରେ ଝାଡ଼ୁଆପଡ଼ା ସ୍ଥିତ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ପରିସରରେ ପରମ୍ପରା ଅନୁଯାୟୀ ପଣ୍ଡିତମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ମଲେଶ୍ୱରୀଙ୍କ ଠାରେ ନବାନ୍ନ ଅର୍ପଣ ପାଇଁ ଶୁଭଲଗ୍ନ ନିର୍ଦ୍ଧାରଣ କରାଯାହୋଇଛି। ଆଗାମୀ ସେପ୍େଟମ୍ବର ୧୫ ତାରିଖ, ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ତିଥି ମଙ୍ଗଳବାର ଦିନ ପୂର୍ବାହ୍ନ ୯ଟା ୪୦ ମିନିଟରୁ ୯ ଟା ୫୪ ମିନିଟ୍ ମଧ୍ୟରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ। ଏହାପରେ ପରମ୍ପରା ଅନୁସାରେ ସମ୍ବଲପୁର ସମେତ ପଶ୍ଚିମାଂଚଳ ବାସୀ ନବାନ୍ନ ଭକ୍ଷଣ କରିବେ। ଆଜିର ପଣ୍ଡିତ ସଭାରେ ନିରୂପଣ କରାଯାଇଥିବା ଲଗ୍ନ ପତ୍ରକୁ ପଣ୍ଡିତ ଓ ଟ୍ରଷ୍ଟ ବୋର୍ଡ ସଭ୍ୟମାନେ ମାଁ' ସମଲେଶ୍ୱରୀଙ୍କ ମନ୍ଦିରରେ ନେଇ ପହଂଚାଇଥିଲେ। ବ୍ରହ୍ମପୁରା ମନ୍ଦିରର ଟ୍ରଷ୍ଟି ଓ ସଦସ୍ୟମାନଙ୍କ ଉପସ୍ଥିତିରେ ଆଯୋଜିତ ସଭାରେ ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର, ଜିତେନ୍ଦ୍ର ନନ୍ଦ, ଶଶାଙ୍କ ଶେଖର ମିଶ୍ର, ରବି ନାରାୟଣ ପଣ୍ଡା, ବିରେନ ମିଶ୍ର, ନିଳାଂଚଳ ପାଣିଗ୍ରାହୀ, ଗିରିଜା ଶଙ୍କର ପଣ୍ଡା, ମନବୋଧ ପାଢ଼ୀ, ଝସକେତନ ହୋତା, ଉତମ ରଥ, ସୁଧାଂଶୁ ଶେଖର ପାଣିଗ୍ରାହୀ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ସରିତ ପାଢ଼ୀ, ପ୍ରୀତମ ମିଶ୍ର, ଉପେନ୍ଦ୍ର ପାଣିଗ୍ରାହୀ, ବଂଶୀଧର ଶତପଥୀ, ପ୍ରମୁଖ ପଣ୍ଡିତମାନେ ଯୋଗ ଦେଇଥିଲେ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟ ସରୋଜ ଦଲପତ, ପ୍ରାଣରଞ୍ଜନ ପଣ୍ଡା, ସୁଭେନ୍ଦ୍ର ପଣ୍ଡା, ସୂର୍ଯ୍ୟ କୁମାର ମିଶ୍ର, ସୁଶାନ୍ତ ପୁରୋହିତ, ଶ୍ରୀମନ୍ତ ମିଶ୍ର, ପାର୍ଥସାରଥୀ ମିଶ୍ର, ଅମରନାଥ ସୂପକାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ମନ୍ଦିର ପୂଜକ ସନ୍ତୋଷ ପଣ୍ଡା ଓ କୈଳାସ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ