ଶିକ୍ଷକମାନେ ମଧ୍ୟ ପିଲାମାନଙ୍କ ବ୍ୟବହାର ଏବଂ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ନଜର ରଖିବା ଉଚିତ : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ୫ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଏକାଡେମିକ୍ ସଫଳତା ତଥା ସେମାନଙ୍କ ଆଚରଣ, ନିତ୍ୟକର୍ମ ଏବଂ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି । ପିଲାମାନଙ୍କ ମଧ୍ୟରେ ବଢୁଥିବା ନିଶା ଆସକ୍ତି ଏବଂ ଅ
ପ୍ରଧାନମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ଜାତୀୟ ପୁରସ୍କାର ବିଜେତା ଶିକ୍ଷକ ଏବଂ ଶିକ୍ଷାବିତ୍ ମାନଙ୍କ ସହ ଭାବ ବିନିମୟ


ନୂଆଦିଲ୍ଲୀ, ୫ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଏକାଡେମିକ୍ ସଫଳତା ତଥା ସେମାନଙ୍କ ଆଚରଣ, ନିତ୍ୟକର୍ମ ଏବଂ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି । ପିଲାମାନଙ୍କ ମଧ୍ୟରେ ବଢୁଥିବା ନିଶା ଆସକ୍ତି ଏବଂ ଅତ୍ୟଧିକ ସ୍କ୍ରିନ୍ ବ୍ୟବହାର ବିଷୟରେ ସତର୍କ ରହିବାକୁ ସେ ଶିକ୍ଷକମାନଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ଜାତୀୟ ପୁରସ୍କାର ବିଜେତା ଶିକ୍ଷକ ଏବଂ ଶିକ୍ଷାବିତ୍ ମାନଙ୍କ ସହ ଭାବ ବିନିମୟ କରିଥିଲେ । ଶିକ୍ଷକ ଦିବସର ଗୋଟିଏ ଦିନ ପୂର୍ବରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ୮୨ ଜଣ ପୁରସ୍କାର ବିଜେତା ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ୪୮ ଜଣ ସ୍କୁଲ ଶିକ୍ଷକ, ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ପଲିଟେକନିକର ୨୧ ଜଣ ଶିକ୍ଷକ ଏବଂ ୧୩ ଜଣ ଦକ୍ଷତା ପ୍ରଶିକ୍ଷକ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଣେ ଶିକ୍ଷକଙ୍କ ଦାୟିତ୍ୱ କେବଳ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ମଧ୍ୟରେ ସୀମିତ ନୁହେଁ । ସେମାନେ ଛାତ୍ରଛାତ୍ରୀଙ୍କ ଆଚରଣରେ ପରିବର୍ତନକୁ ଚିହ୍ନିବା ଉଚିତ ଏବଂ ଆବଶ୍ୟକ ସମୟରେ ବ୍ୟକ୍ତିଗତ ମାର୍ଗଦର୍ଶନ ପ୍ରଦାନ କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାରମ୍ପରିକ ଯୌଥ ପରିବାର ବ୍ୟବସ୍ଥା ଦୁର୍ବଳ ହେବା ସହିତ ପିଲାମାନଙ୍କ ଜୀବନରେ ଶିକ୍ଷକମାନଙ୍କ ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏଭଳି ପରିସ୍ଥିତିରେ ଶିକ୍ଷକମାନେ ପିଲାମାନଙ୍କ ସହିତ ଯୋଗାଯୋଗ ବୃଦ୍ଧି କରିବା ଏବଂ ସେମାନଙ୍କ ସମସ୍ୟା ପଛର କାରଣ ବୁଝିବା ଆବଶ୍ୟକ ।

ପିଲାମାନଙ୍କ ମଧ୍ୟରେ ନିଶାର ବୃଦ୍ଧି ପାଉଥିବା ପ୍ରବୃତି ବିଷୟରେ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଆଚରଣରେ ହଠାତ୍ ପରିବର୍ତନ ଉପରେ ନଜର ରଖିବା ଉଚିତ ଏବଂ ଯଦି କୌଣସି ପିଲା ନିଶାସକ୍ତର ଲକ୍ଷଣ ଦେଖାନ୍ତି, ତେବେ ସେମାନେ ତାଙ୍କୁ ସଠିକ୍ ଦିଗ ଦେବା ଏବଂ ଏହି ସମସ୍ୟାରୁ ବାହାରିବା ପାଇଁ ସାହାଯ୍ୟ କରିବା ଉଚିତ୍ । ଅତ୍ୟଧିକ ସ୍କ୍ରିନ୍ ବ୍ୟବହାର ହେତୁ ପିଲାମାନଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ବିଷୟରେ ମଧ୍ୟ ସେ କହିଥିଲେ ।

ପିଲାମାନଙ୍କର ସ୍ୱାଭାବିକ କୌତୁହଳକୁ ଦମନ କରିବା ପରିବର୍ତେ ତାହାକୁ ଗତିଶୀଳ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ନିଷ୍କପଟତା ଏବଂ ଶିଖିବା ପାଇଁ ଆଗ୍ରହ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande