କୁରୁତୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା, ନାହାଁନ୍ତି ଡାକ୍ତର, ରୋଗୀଙ୍କ ବଢୁଛି ସମସ୍ୟା
କେନ୍ଦ୍ରାପଡ଼ା, ୦୫ ସେପ୍େଟମ୍ବର (ହି.ସ.) : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସଚେତନତା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟକ୍ରମ ବାବଦରେ ପ୍ରଚାର ଚଳାଇଥିବା ବେଳେ ମାର୍ଶାଘାଇ ଗୋଷ୍ଠୀ କେନ୍ଦ୍ର ଅଧିନ କୁରୁତୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା ଦେଖାଦେଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍
କୁରୁତୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା


କେନ୍ଦ୍ରାପଡ଼ା, ୦୫ ସେପ୍େଟମ୍ବର (ହି.ସ.) : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସଚେତନତା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟକ୍ରମ ବାବଦରେ ପ୍ରଚାର ଚଳାଇଥିବା ବେଳେ ମାର୍ଶାଘାଇ ଗୋଷ୍ଠୀ କେନ୍ଦ୍ର ଅଧିନ କୁରୁତୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା ଦେଖାଦେଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଭର କରିି ମହାକାଳପଡା, ବାବର, ବଢିଅ, ବିଜୟନଗର, ଓରତ, କଂଟାବଣ, ଦେଉଳି, ଅନ୍ଦୁଳି, ସାନଜରିଆ, ପାତ୍ରଗଡ ପ୍ରଭୃତି ଦୂରଦୂରାନ୍ତ ଅଂଚଳରୁ ଦୈନିକ ରୋଗୀମାନେ ଆସିଥାନ୍ତି । ପ୍ରସୂତି, ଆସନପ୍ରସବା ମହିଳା, ଗର୍ଭବତୀ ରୋଗୀଙ୍କ ଠାରୁଆରମ୍ଭ କରି ଡେଙ୍ଗୁ, ମ୍ୟାଲେରିଆ ଜ୍ୱର ପିଡୀତ ରୋଗୀମାନେ ଚିକିତ୍ସା ପାଇଁ ଆସୁଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ କୈାଣସି ଏମ୍ବିବିଏସ୍ ଡାକ୍ତର ନଥିବାରୁ ରୋଗୀମାନେ ବାଧ୍ୟ ହୋଇ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି । ସରକାର ମାଗଣାରେ ରୋଗୀ ମାନଙ୍କ ପାଇଁ ସମସ୍ତ ପ୍ରକାର ଔଷଧ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ କରାଉଥିବା ବେଳେ ଏଠାରେ ନିଯୁକ୍ତ ଫାର୍ମାସିଷ୍ଟ ବାହାରୁ ଔଷଧ କିଣିଆଣିବା ପାଇଁ ରୋଗୀ ମାନଙ୍କୁ ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି । ସାଧାରଣ ରୋଗୀମାନେ ପଇସା ଅଭାବରୁ ଔଷଧ କିଣି ନପାରି ଖାଲି ଚିଠା ଧରି ବୁଲୁଥିବା ଦେଖିବାକୁ ମିଳୁଛି । ସାଂସଦଙ୍କ ପାଣ୍ଠିରୁ ବସା ଯାଇଥିବା ଥଣ୍ଡା ଓ ଗରମ ପାଣି ବାହାରୁଥିବା ମେସିନ ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିବାରୁ ରୋଗୀମାନଙ୍କୁ ସେବା ମିଳି ପାରୁନାହିଁ । ସେହିଭଳି ନୂତନ ଗୃହ ନିର୍ମାଣ ଅଧାପନ୍ତରିଆ ଭାବେ ଦୀର୍ଘଦିନ ହେଲା ପଡିରହିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଖଟିଆ ଗୁଡିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ମରାମତି କରାଯାଇ ପାରୁନାହିଁ କିମ୍ବା ନୂତନ ଖଟିଆ ଯୋଗାଇ ଦିଆଯାଉ ନାହିଁ । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଷ୍ଟାଫ କ୍ୱାଟର ଗୁଡିକରୁ ଛାତରୁ ପାଣି ଗଳୁଥିବା ବେଳେ ଝରକା କବାଟ ସବୁ ଅଧା ଭଙ୍ଗା ଅବସ୍ତାରେ ଓ ଗଛଲତା ମାଡି ବ୍ୟବହାର ଅନୁପଯୋଗୀ ହୋଇପଡିଥିବାରୁ ମେଡିକାଲ ଅଫିସର ଓ କର୍ମଚାରୀମାନେ କେହି ରହୁନାହାଁନ୍ତି । ତେବେ ସ୍ଥାନୀୟ ବିଧାୟକ ଡ଼ ଦୁର୍ଗାପ୍ରସନ୍ନ ନାୟକଙ୍କୁ ଏବାବଦରେ ଅନେକ ଥର ଅଭିଯୋଗ କରାଯାଇ ଥିଲେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ ଗୁରୁତର ସହ ନେଇ ନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇପାରେ ଲାଗିଛି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande