ମାଲକାନଗିରି ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ସଦରସ୍ଥିତ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ ଗୁରୁ ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ହେଉଛି ଗୁରୁଦିବସ। ଗୁରୁଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବାର ଦିନ। ଏହି ସମ୍ପର୍କ ଓ ପରମ୍ପରା
ଗୁରୁ ଦିବସ ଉପଲକ୍ଷେ ଗୁରୂ ବନ୍ଦନା ମାଲକାନଗିରି ଉତ୍ତମ ମାଲିକ ଗ୍ରୁପ୍ ଅଫ୍


ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ସଦରସ୍ଥିତ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ ଗୁରୁ ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ହେଉଛି ଗୁରୁଦିବସ। ଗୁରୁଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବାର ଦିନ। ଏହି ସମ୍ପର୍କ ଓ ପରମ୍ପରା କେତେ ଯେ ପରିବ୍ୟାପ୍ତ ତାହା ଆକଳନ କରିବା କଷ୍ଟକର।

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର;

ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ ।

ଆଜି ଏହି ପରମ୍ପରାର ଏକ ଝଲକ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଦେଖିବାକୁ ମିଳିଛି। ଦ୍ୱାଦଶ ଓ ନର୍ସିଂ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଗୁରୁ ମାନଙ୍କୁ ପୂଜା କରିବା ସହ ଆର୍ଶୀବାଦ କାମନା କରିଥିଲେ। ତାହାସହ କିଛି ନାଟକ ଓ ସଙ୍ଗୀତ ମାଧ୍ୟମରେ ଗୁରୁ ଶିଷ୍ୟ ପରମ୍ପରାର ଏକ ଅପୂର୍ବ ସମ୍ପର୍କକୁ ପ୍ରକାଶିତ କରିଥିଲେ।

ଏହି ଇନଷ୍ଟିଚ୍ୟୁଟର ସମ୍ପାଦକ ତଥା ଅଧ୍ୟକ୍ଷ ଡଃ. ଶିବ ନାରାୟଣ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଶିକ୍ଷା ମାଧ୍ୟମରେ ଦୂର କରି ଆଲୋକ ଓ ସଠିକ୍ ରାସ୍ତା ଯିଏ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ। ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ଯିଏ ରଖନ୍ତି ସେ ହେଉଛନ୍ତି ଗୁରୁ। କେବଳ ପାଠପଢିବା କ୍ଷେତ୍ରରେ ନୁହେଁ, ଗୀତ, ନାଚ ହେଉ ଅବା ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁ ହିଁ ମୁଖ୍ଯ ଭୂମିକା ଗ୍ରହଣ କରିଥାନ୍ତି। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗୁରୁଙ୍କୁ ସମ୍ମାନ ଦେବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ହୋଇ ଆଗକୁ ବଢ଼ିବା ପାଇଁ କହିଥିଲେ। ସେମିତି ଭାଇସ ପ୍ରିନ୍ସିପାଲ ପି କିଶୋର କୁମାର ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନେ କିପରି ଭଲ ମଣିଷ ହେବେ ଓ ସେହି ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରୁଥିବା ସେହି ଗୁରୁ ମାନଙ୍କୁ ତୁମ ମାନଙ୍କ ସମ୍ମାନ ହିଁ ତାଙ୍କ ପୁରସ୍କାର ବୋଲି କହିଥିଲେ।

ଏହିପରି ସମସ୍ତ ଗୁରୁମାନେ ଆଜି ଭଳି ପଵିତ୍ର ଦିବସରେ ନିଜ ନିଜ ବକ୍ତବ୍ୟରେ ପିଲା ମାନଙ୍କୁ ଗୁରୁ ଶିଷ୍ୟ ସମ୍ପର୍କ ବିଷୟରେ ଅନୁପ୍ରାଣିତ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ନାଚ ପ୍ରତିଯୋଗିତା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande