




ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ‘ଗୁରୁ ଦିବସ’ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପୃଥ୍ବୀରାଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ରଥ ଯୋଗ ଦେଇଥିଲେ । ସମବେତ ସଙ୍ଗୀତରେ ଶ୍ରୀତି ପ୍ରଧାନ, ସାନଭି ପ୍ରୟଦର୍ଶନୀ ବିଶ୍ବାଳ, ଲୋପାମୁଦ୍ରା ସାହୁକାର, ସୁହାନୀ ପଟ୍ଟନାୟକ, ଅରୁଣିମା ମିଶ୍ର, ଶୁଭଶ୍ରୀ ପଧାନ, ଶତାବ୍ଦୀ ପୁଟେଲ,ସ୍ବୀକୃତି ପଧାନ ଓ ତୃପ୍ତିମୟୀ ହୋତା ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ କରିଥିଲେ । ଶିଶୁବକ୍ତା ରୂପେ ଆଦିତ୍ୟ ପାଢୀ, ସଞ୍ଚିତା ମହାନନ୍ଦ, ଦେବପ୍ରକାଶ ସାହୁ, ପୂର୍ବୀ ଭୋଇ, ଶିଖା ନାଏକ ଓ ଆରଭୀ ସାହୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଗୁରୁଜୀ ବକ୍ତା ପ୍ରତାପ ନନ୍ଦ ଏହି କାର୍ଯ୍ୟକ୍ରମରେ ବିଦ୍ୟାଭାରତୀର ଆଭିମୁଖ୍ୟ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତଵ୍ୟରେ କହିଲେ ଯେ, ପାରମ୍ପାରିକ ଶିକ୍ଷାଧାରା ଅନୁପ୍ରେରିତ ହୋଇ ଗୁରୁଶିଷ୍ୟ ଭାବଧାରାକୁ ସୁଦୃଢ କରିବା ଆବଶ୍ୟକ । ସଂଯୋଜନା ଛାତ୍ରୀ ପ୍ରଗତି ଦାସ, ଶୁଭଶ୍ରୀ ମିଶ୍ର, ସ୍ବିକୃତି ରାଣୀ କର୍ମୀ, ଅର୍ପିତା ପ୍ରିୟଦର୍ଶନୀ ପଣ୍ଡା ଓ ଗୁରୁମା ସୁଶ୍ରୀ ମୀନା ଦାଶ କରିଥିଲେ ।
ଏହାପରେ ଗୁରୁମା ଦୀପିକା ପାଢୀଙ୍କ ନେତୃତ୍ବରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଗୁରୁଜୀ ଓ ଗୁରୁମାଙ୍କ ପୂଜନ କରାଯାଇଥିଲା । ମଞ୍ଚାସୀନ ଅନ୍ୟତମ ଅତିଥିଙ୍କ ମଧ୍ୟରେ ସଂପାଦକ ତରଣୀସେନ ପଟେଲ, ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ । ଶେଷରେ ଉପ ସଭାପତି ମହୋଦୟ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ଗୁରୁମା ମଞ୍ଜୁଶ୍ରୀ ପୃଷେଠଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମ ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ