ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ସେମିନାର
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଏବଂ ସାକ୍ଷରତା ପକ୍ଷ ପଞ୍ଚମ ଦିବସରେ ଉଲ୍ଲାସ ସେମିନାର ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧ୍ରିମାଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ
ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ସେମିନାର ଅନୁଷ୍ଠିତ


ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଏବଂ ସାକ୍ଷରତା ପକ୍ଷ ପଞ୍ଚମ ଦିବସରେ ଉଲ୍ଲାସ ସେମିନାର ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧ୍ରିମାଳ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଓ ସ୍ୱେଚ୍ଛାସେବୀ ଶିକ୍ଷକ ମାନେ ଯୋଗ ଦେଇଥିଲେ।

ମୁଖ୍ୟ ଆଲୋଚନା ବିଷୟରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷରଙ୍କୁ ସାକ୍ଷର କରିବା ଲକ୍ଷ୍ୟ, ଉଲ୍ଲାସ ଆପ୍ ମାଧ୍ୟମରେ ପଞ୍ଜିକରଣ ଓ ଶିକ୍ଷାଦାନ, ମାଲକାନଗିରି ଜିଲ୍ଲାକୁ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ସାକ୍ଷର ଜିଲ୍ଲା କରିବାର ଲକ୍ଷ୍ୟ।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଉଲ୍ଲାସ କେବଳ ଏକ ଯୋଜନା ନୁହେଁ, ଏହା ହେଉଛି ଏକ ଜନ ଆନ୍ଦୋଳନ। ମାଲକାନଗିରିର ପ୍ରତ୍ୟେକ ନାଗରିକ ପଢ଼ିବ, ଲେଖିବ ଓ ଆଗକୁ ବଢ଼ିବ।

ଏହି ଅବସରରେ ଉଲ୍ଲାସ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରିଥିବା ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande