ବାର୍ଷିକ ବ୍ୟବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ- ୨୦୨୬ ଆୟୋଜିତ
ସୁବର୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ଜାଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ଠାରେ ୮ମ ବ୍ୟବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି । “ସ୍ଥିତିସ୍ଥାପକ ବ୍ୟବସାୟ ନିର୍ମାଣ - ଏକ ସ୍ଥାୟୀ ଭବିଷ୍ୟତ ଗଢ଼ିବା ପାଇଁ ବିପଦ ସହ ମୁକାବିଲା” ବିଷୟବସ୍ତୁ କୁ ନେଇ ଆୟୋଜିତ
ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ


ସୁବର୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ଜାଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ଠାରେ ୮ମ ବ୍ୟବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି । “ସ୍ଥିତିସ୍ଥାପକ ବ୍ୟବସାୟ ନିର୍ମାଣ - ଏକ ସ୍ଥାୟୀ ଭବିଷ୍ୟତ ଗଢ଼ିବା ପାଇଁ ବିପଦ ସହ ମୁକାବିଲା” ବିଷୟବସ୍ତୁ କୁ ନେଇ ଆୟୋଜିତ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ -୨୦୨୬ ସଫଳତାର ସହ ଉଦଯାପିତ ହୋଇଥିଲା । ଦୁଇ ଦିନିଆ ଏହି ସମିଟ୍ରେ ଶିଳ୍ପ ଜଗତର ନେତୃବୃନ୍ଦ, ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସ୍ଥିତିସ୍ଥାପକତା, ନେତୃତ୍ୱ, ପ୍ରଯୁକ୍ତି, ପରିବେଶ-ସାମାଜିକ-ପରିଚାଳନା, କୃତ୍ରିମ ବୁଦ୍ଧିମତ୍ତା ଏବଂ ବିଶ୍ୱ ପରିଚାଳନା ଉପରେ ଆଲୋଚନା କରିଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ଏବଂ ଡ. ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ବନ୍ଦନା ସହ ସମିଟ୍ର ଶୁଭାରମ୍ଭ ହୋଇଥିଲା । ଏହା ପରେ ଡ. ଫାଦର କେ.ଏସ୍. କାସିମିର, ଏସ.ଜେ. ସମିଟ୍ ର ବିଷୟବସ୍ତୁ ଉପରେ ନିଜ ବକ୍ତବ୍ୟରେ ସ୍ଥିତିସ୍ଥାପକ ସଂଗଠନ ଗଠନରେ ମୁକ୍ତ ଚିନ୍ତାଧାରା, ସହଯୋଗ ଏବଂ ମାନବୀୟ ମୂଲ୍ୟର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ଏହି ଅବସରରେ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ପତ୍ରିକା ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ପତ୍ରିକାର ଉନ୍ମୋଚନ ମଧ୍ୟ କରାଯାଇଥିଲା।

ପ୍ରଥମ ଦିନର ମୁଖ୍ୟ ବକ୍ତବ୍ୟରେ ଟ୍ରଷ୍ଟ ମ୍ୟୁଚୁଆଲ ଫଣ୍ଡ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ବାଗଲା ୪ଏ ଢାଞ୍ଚା - ପୂର୍ବାନୁମାନ, ଆତ୍ମସାତ, ଅନୁକୂଳନ ଏବଂ ତ୍ୱରାନ୍ୱିତ ଉପସ୍ଥାପନ କରି ଏଆଇ, ଜଳବାୟୁ ପରିବର୍ତନ, ଭୂ-ରାଜନୈତିକ ଅସ୍ଥିରତା ଏବଂ ଦାୟିତ୍ୱପୂର୍ଣ୍ଣ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । “ନେତୃତ୍ୱ - ଦୀର୍ଘକାଳ ପାଇଁ ନେତୃତ୍ୱ ଦେବା” ଏବଂ “ପ୍ରଯୁକ୍ତି - ଭାଙ୍ଗିବା ପାଇଁ ନୁହେଁ ନଇଁ ଯିବା ପାଇଁ ଗଢ଼” ବିଷୟ ଉପରେ ଆୟୋଜିତ ପ୍ୟାନେଲ ଆଲୋଚନା ଗୁଡ଼ିକରେ ଶ୍ରୀନିବାସ ବେବର୍ତ୍ତା, ଜୟଦୀପ ଚକ୍ରବର୍ତ୍ତୀ, ସୁଶାନ୍ତୁ ତ୍ରିବେଦୀ, ବିଶ୍ୱାସ ମିଶ୍ର, ଗୌରବ ଚାୱଲା ଏବଂ ସୁଶ୍ରୀ ଜୟନ୍ତୀ ତ୍ରିବେଦୀ ଯୋଗ ଦେଇଥିଲେ । ଏହି ଆଲୋଚନାଗୁଡ଼ିକରେ ସ୍ଥିତିସ୍ଥାପକ ନେତୃତ୍ୱ, ପ୍ରଯୁକ୍ତିର ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତା, ସୁଶାସନ ଏବଂ ସ୍ଥାୟୀ ମୂଲ୍ୟ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦ୍ୱିତୀୟ ଦିନର ମୁଖ୍ୟ ବକ୍ତବ୍ୟ ଏକ୍ସଆଇଏମବି ର ପୂର୍ବତନ ଛାତ୍ର ତଥା ଜେଏଲଏଲ ଇଣ୍ଡିଆ ର ନିର୍ଦ୍ଦେଶକ ହିମାଂଶୁ ରାଉତରାୟ ପ୍ରଦାନ କରିଥିଲେ। ସେ ସ୍ଥିତିସ୍ଥାପକ ବ୍ୟବସାୟର ଗଠନ ପାଇଁ ଅଭିଜ୍ଞତାକୁ ଗୁରୁତ୍ୱ ଦେବା, ବିଶ୍ୱ ପରିଚାଳନା, ଏଆଇ, ଯୋଗାଯୋଗ ସ୍ଥାୟିତ୍ୱ, ସହଯୋଗ, ନିରନ୍ତର ଦକ୍ଷତା ବିକାଶ, ନିୟମ ଅନୁପାଳନ, ଗୁଣବତ୍ତା ଏବଂ ନୈତିକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।“ ପରିବେଶ-ସାମାଜିକ- ପରିଚାଳନା - ପରିକଳ୍ପନା ଦ୍ୱାରା ସ୍ଥିତିସ୍ଥାପକତା” ବିଷୟ ଉପରେ ଆୟୋଜିତ ପ୍ୟାନେଲ ଆଲୋଚନାର ସଞ୍ଚାଳନ ପ୍ରଫେସର ଏସ୍. ଏସ୍. ଗଣେଶ କରିଥିଲେ। ଏଥିରେ ସୁଶ୍ରୀ ପ୍ରିୟଙ୍କା ଘୋଷ, ଦେବସ୍ମିତ ମହାନ୍ତି ଏବଂ ସମ୍ବିତୋଷ ମହାପାତ୍ର ଯୋଗଦେଇ ଅନୁକୂଳନଶୀଳତା, ସୁଶାସନ, ହିତାଧିକାରୀ ପରିଚାଳନା, ଇଏସଜି, ପ୍ରଯୁକ୍ତି ଏବଂ ସ୍ଥାୟିତ୍ୱ ଉପରେ ଆଲୋଚନା କରିଥିଲେ। ଶେଷ ପ୍ୟାନେଲ “ଖରାପ ଦିନ ପାଇଁ ଗଢ଼ା ବିପଦ ପରିଚାଳନା”ର ସଞ୍ଚାଳନ ଡ. ରିତେଶ କୁମାର ଦୁବେ କରିଥିଲେ। ଏଥିରେ କିରଣ ରାଣା ଏବଂ ଚିତ୍ତରଞ୍ଜନ ମହାନ୍ତି ଯୋଗଦେଇ ବିଶ୍ୱ ମୂଲ୍ୟାଙ୍କନ, ଏଆଇ, ପ୍ରଯୁକ୍ତିଗତ ଆଲୋଡ଼ନ, ଅନୁକୂଳନଶୀଳତା ଏବଂ ମାନବୀୟ ବିଚାରଶକ୍ତି ଉପରେ ଆଲୋଚନା କରିଥିଲେ। ଉଭୟ ଦିନର ସକ୍ରିୟ ପ୍ରଶ୍ନୋତ୍ତର ପର୍ବରେ ଛାତ୍ରଛାତ୍ରୀମାନେ ଏଆଇ, ନବସୃଜନ, ଉଦ୍ୟମିତା, ନୈତିକତା, ବ୍ୟାପାରିକ ଦକ୍ଷତା, ଇଏସଜି, ଅନିଶ୍ଚିତତା ଏବଂ ରିସ୍କ ପରିଚାଳନା ସମ୍ପର୍କରେ ବକ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଅତିଥିମାନଙ୍କୁ ସମ୍ମାନିତ କରାଯିବା ସହ ସମିଟ୍ ସମାପ୍ତ ହୋଇଥିଲା ବେଳେ ଯାହା ଅନିଶ୍ଚିତ ଭବିଷ୍ୟତ ପାଇଁ ଅନୁକୂଳନଶୀଳତା, ଦାୟିତ୍ୱବୋଧ ଏବଂ ସ୍ଥିତିସ୍ଥାପକ ସଂଗଠନ ଗଠନ ଉପରେ ବିଇଏସ ୨୦୨୬ର ଗୁରୁତ୍ଵକୁ ପୁନର୍ବାର ରେଖାଙ୍କିତ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande