
ନୂଆଦିଲ୍ଲୀ,୦୫ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ସହ ସଂଳାପ କରିଛନ୍ତି। ସେ କହିଛନ୍ତି ଯେ ଶିକ୍ଷକମାନେ ଦେଶର ଭବିଷ୍ୟତକୁ ଆକାର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ଶିକ୍ଷକମାନଙ୍କୁ ପିଲାମାନଙ୍କୁ ଏପରି ଭାବେ ପ୍ରସ୍ତୁତ କରିବା ଉଚିତ ଯେ ସେମାନେ ବର୍ଷ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ନିଜର ଅବଦାନ ଦେଇପାରିବେ।
ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଛାତ୍ରଛାତ୍ରୀ ରାଷ୍ଟ୍ରର ସବୁଠାରୁ ବଡ଼ ସମ୍ପତି। ତେଣୁ ସେମାନଙ୍କର କେବଳ ପୁସ୍ତକୀୟ ଜ୍ଞାନ ପର୍ଯ୍ୟନ୍ତ ସୀମିତ ବିକାଶ ହେବା ଉଚିତ ନୁହେଁ, ବରଂ ସେମାନଙ୍କୁ ଏକ ସର୍ବାଙ୍ଗୀଣ ବ୍ୟକ୍ତିତ୍ୱ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ। ସେ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ଦକ୍ଷତା, ଆତ୍ମବିଶ୍ୱାସ ଏବଂ ଭଲ ମୂଲ୍ୟବୋଧର ବିକାଶ କରିବାକୁ ଆହ୍ୱାନ କରିଛନ୍ତି।
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ଅବଦାନ ଏବଂ ସେମାନଙ୍କ ଅନୁଭବକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଶିକ୍ଷକମାନଙ୍କ ପରିଶ୍ରମ ଏବଂ ନବସୃଜନ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
ଏହି ଅବସରରେ ଉଭୟ ଶିକ୍ଷା ରାଜ୍ୟମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଡା. ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ