ସୁବର୍ଣପୁର ଯୋଗାଣ ବିଭାଗର ପ୍ରତିଷ୍ଠା ଦିବସ ପାଳନ
ସୁବର୍ଣପୁର, 05 ସେପ୍ଟେମ୍ବର (ହି.ସ.)ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ. ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୪୭ ତମ ପ୍ରତିଷ୍ଠା ଦିବସ ଅଫିସ ପରିସରରେ କେକ୍ କାଟି ପାଳିତ ହୋଇଯାଇଛି । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନୀରଦ ରଞ୍ଜନ ଦାସ ଯୋଗାଣ ନିଗମ
ସୁବର୍ଣପୁର ଯୋଗାଣ ବିଭାଗର ପ୍ରତିଷ୍ଠା ଦିବସ ପାଳନ


ସୁବର୍ଣପୁର, 05 ସେପ୍ଟେମ୍ବର (ହି.ସ.)ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ. ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୪୭ ତମ ପ୍ରତିଷ୍ଠା ଦିବସ ଅଫିସ ପରିସରରେ କେକ୍ କାଟି ପାଳିତ ହୋଇଯାଇଛି । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନୀରଦ ରଞ୍ଜନ ଦାସ ଯୋଗାଣ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଓ ତାହାର ସଫଳ ରୂପାୟନ ଉପରେ ଆଲୋକପାତ କରି ଚାଷୀ ହିତାଧିକାରୀ ଓ ଅପହଞ୍ଚ ଲୋକଙ୍କ ଉନ୍ନତ ଉତ୍ତମ ସେବା ପ୍ରଦାନ ପାଇଁ ପରାମର୍ଶ କରିଥିଲେ । ଏହି ଅବସରରେ ବିଭାଗର କର୍ମଚାରୀ ଏଜ୍ରୀ ଦଳବେହେରାଙ୍କୁ ଉତ୍ତମ ସେବା କାର୍ଯ୍ୟ ଦକ୍ଷତା ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରକାଶ ଥାଉ କି ଯେ, ଶ୍ରୀ ଦାସଙ୍କ ଉତ୍ତମ ପରିଚାଳନା ପାଇଁ ଚାଉଳ ବିତରଣ, ଧାନ ସଂଗ୍ରହ ତଥା ସମସ୍ତ କାର୍ଯ୍ୟରେ ବିଗତ ବର୍ଷ ମାନଙ୍କରେ ୨୦୨୫/୨୬ରେ ରାଜ୍ୟରେ ଶୀର୍ଷ ସ୍ଥାନରେ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସମ୍ବର୍ଦ୍ଧିତ ହୋଇ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande