
ଜୟପୁର, ୫ ସେପ୍ଟେମ୍ବର (ହି.ସ.)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଯଥା ଶ୍ରୀମତୀ କନକଲତା ରଥ, ଅରବିନ୍ଦ ଚରଣ ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଯଥା ଶ୍ରୀମତୀ ବିନୋଦିନୀ ସାନ୍ତରା ପାତ୍ର, ଶ୍ରୀମତୀ ପଙଜୀନୀ ଗୁରୁ, ଶ୍ରୀମତୀ ବସନ୍ତ ମଞ୍ଜରୀ ପାଢ଼ୀ, ଶ୍ରୀମତୀ ଏନ୍ ବି ଭାସ୍କରାମ୍ମା, ସୁଶ୍ରୀ ଶାନ୍ତିଲତା ମିଶ୍ର, ସୁଶ୍ରୀ ଶଶୀରେଖା ମିଶ୍ର, ଶ୍ରୀମତୀ ଖମରୁ ନିଶା ଵେଗମ, ଶ୍ରୀମତୀ ଅନୁ୍ସାୟା ପଣ୍ଡା, ଶ୍ରୀମତୀ ପ୍ରଭଞ୍ଜନୀ ରଥ, ଶ୍ରୀମତୀ ସ୍ବାତୀ ପଟ୍ଟନାୟକ, ଶ୍ରୀମତୀ ସବିତା କୁମାରୀ ପଟ୍ଟନାୟକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଉଦଵୋଧନ ଦେଇଥିଲେ ଓ ଆଗାମୀ ଭବିଷ୍ୟତରେ କିପରି ସଫଳତାର ସିଡି ଚଢିଵେ ଏହା ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜୟପୁର ଶିକ୍ଷା ମଣ୍ଡଳ ଅଧିକାରୀ ଚନ୍ଦନ କୁମାର ନାୟକ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଓ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାନଙ୍କ ଶୂଭକାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙୁ ବିଦ୍ୟାଳୟର ଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଶୋକ କୁମାର ଖରଚଲିଆ କରିଥିଲେ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଆଜିର ବିଦ୍ୟାଳୟ କାର୍ଯ୍ୟକ୍ରମର ପ୍ରଥମାର୍ଧରେ ପାଠପଢ଼ିବା ପରେ ଦ୍ବିତୀୟ ଭାଗରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ତିମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସୁନ୍ଦର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଶନିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ଠାରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମାଜର ଅତି ସୁପରିଚିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସ୍ଥାନୀୟ ବିଦ୍ୟାଳୟର ସଭାପତି ପ୍ରେମାନନ୍ଦ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ l
ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ଗୁରୁ ତୁଲ୍ୟ ସମ୍ମାନିତ କରାଯାଇଥିଲା l କୁନି କୁନି ଶିଶୁ ଭାଇ ଓ ଭଉଣୀ ମାନେ ମଧ୍ୟ ଗୁରୁଦିବସ ଅବସରରେ କିଛି ବାଣୀ ପ୍ରଦାନ କରିଥିଲେ l ବ୍ୟକ୍ତିଗତ ଗୀତ ପରେ ଶିଶୁ ଭଉଣୀ ମାନେ ଅତିଥି ଏବଂ ଗୁରୁଜୀ ଗୁରୁମାଙ୍କ ପାଦ ଧୋଇ ପୂଜନ କରିଥିଲେ l ମୁଖ୍ୟ ଅତିଥି ଗୁରୁଜୀ ଓ ଗୁରୁମାଙ୍କୁ ସମ୍ମାନିତ କରିଥିଲେ l ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସ୍ଥାନୀୟ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ଯ ଭାଗବତ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଅତି ଆନନ୍ଦରେ ପାଳିତ ହୋଇଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି