ପେପର୍ ଲିକ୍ ପରେ ସିପିଏସ୍ ପରୀକ୍ଷା କେବେ ସରକାରଙ୍କୁ ପ୍ରଶ୍ନ କଲେ ନବୀନ
ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ଗୋଟିଏ ପଟେ ୧୩ତମ ବ୍ୟାଚ୍ ର ୩୩୬ ଜଣ ସବ୍-ଇନ୍ସପେକ୍ଟର୍ ଦୁଇ ବର୍ଷର ପ୍ରଶିକ୍ଷଣ ଶେଷ କରି ଓଡ଼ିଶା ପୋଲିସରେ ଯୋଗ ଦେଇଥିବା ବେଳେ, ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ହଜାର ହଜାର ଯୁବକ-ଯୁବତୀ ଏବେ ବି ଅନିଶ୍ଚିତତାରେ ରହିଛନ୍ତି। ଏହାକୁ ନେଇ ସରକାରଙ୍କୁ କଡ଼ା ସ
np


ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ଗୋଟିଏ ପଟେ ୧୩ତମ ବ୍ୟାଚ୍ ର ୩୩୬ ଜଣ ସବ୍-ଇନ୍ସପେକ୍ଟର୍ ଦୁଇ ବର୍ଷର ପ୍ରଶିକ୍ଷଣ ଶେଷ କରି ଓଡ଼ିଶା ପୋଲିସରେ ଯୋଗ ଦେଇଥିବା ବେଳେ, ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ହଜାର ହଜାର ଯୁବକ-ଯୁବତୀ ଏବେ ବି ଅନିଶ୍ଚିତତାରେ ରହିଛନ୍ତି। ଏହାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ କମ୍ବାଇନ୍ଡ୍ ପୋଲିସ୍ ସର୍ଭିସ୍ ପରୀକ୍ଷା କେବେ େହେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ନବୀନ କହିଛନ୍ତି ଶୁକ୍ରବାର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଅନୁଷ୍ଠିତ ୧୩ତମ ବ୍ୟାଚ୍ ଏସ୍ ଆଇ ଅଧିକାରୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଲାମୀ ଗ୍ରହଣ କରିଥିଲେ। ତେବେ ଏହି ନିଯୁକ୍ତି ପ୍ରକ୍ରିୟା ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ଦର୍ଶାଇ ନବୀନ କହିଛନ୍ତି ଯେ, କିଛି ନ କରି ମିଛ ଶ୍ରେୟ ନେବାକୁ ବିଜେପି ସରକାର ଆଗରେ ରହିଛି। ୨୦୨୫ରେ ପ୍ରଶ୍ନପତ୍ର ଲିକ୍ କାରଣରୁ ବାତିଲ ହୋଇଥିବା କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା କେବେ ପୁନଃ ଆୟୋଜିତ ହେବ, ସରକାର ତାହା ସ୍ପଷ୍ଟ କରିବା ଆବଶ୍ୟକ।

ଏଥିସହ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ରାକେଟ୍ରେ ସମ୍ପୃକ୍ତ ଦୋଷୀଙ୍କୁ କେବେ କଠୋର ଦଣ୍ଡ ମିଳିବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ପରୀକ୍ଷା ବିଳମ୍ବ ଯୋଗୁଁ ହଜାର ହଜାର ଆଶାୟୀଙ୍କ ପ୍ରାୟ ଏକ ବର୍ଷ ସମୟ ନଷ୍ଟ ହୋଇଥିବା ଅଭିଯୋଗ କରି ନବୀନ ତୁରନ୍ତ ପରୀକ୍ଷା ପୁନଃ ଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଛନ୍ତି।

ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ଯୁବସମାଜର ଭରସା ଫେରାଇବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ବିଜେପି ସରକାରର ମିଛ ଭାଷଣ ଶୁଣିବାକୁ ଆଉ ଚାହୁଁ ନାହାନ୍ତି, ପ୍ରତାରଣାର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ତାଙ୍କ ପୋଷ୍ଟ ରେ ଉଲ୍ଲେଖ କରିଛନ୍ତି ନବୀନ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande