ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ଓଡ଼ିଶାରେ ପର୍ଯ୍ୟଟନର ବିକାଶକୁ ଅଧିକ ଗତିଶୀଳ ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଓଡ଼ିଶା ପର୍ଯ୍ୟଟନ ଭିଜନ୍-୨୦୩୬/୪୭’ ଆଧାରରେ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ (ଏଲଟିପିସି)ର ଏକଓରିଏେଂଟସନ୍ (ଅବଗତି
cs


ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ଓଡ଼ିଶାରେ ପର୍ଯ୍ୟଟନର ବିକାଶକୁ ଅଧିକ ଗତିଶୀଳ ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଓଡ଼ିଶା ପର୍ଯ୍ୟଟନ ଭିଜନ୍-୨୦୩୬/୪୭’ ଆଧାରରେ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ (ଏଲଟିପିସି)ର ଏକଓରିଏେଂଟସନ୍ (ଅବଗତିକରଣ) କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଉପଜିଲ୍ଲାପାଳ ତଥା ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଏବଂ ପରିଷଦର ସଦସ୍ୟ ଥିବା ଥାନା ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ‘ବିକଶିତ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିରାଜ୍ୟରେ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ପର୍ଯ୍ୟଟନ କିପରି ସ୍ଥାନୀୟ ଅର୍ଥନୀତି ସମେତ ଜିଲ୍ଲା, ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବ, ସେ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା” ଆଭିମୁଖ୍ୟକୁ ଦୋହରାଇ ବିଭିନ୍ନ ଜିଲ୍ଲାର ଉପଜିଲ୍ଲାପାଳ ତଥା ଅଧିକାରୀମାନଙ୍କୁ ସ୍ଥାନୀୟସ୍ତରରେ ପର୍ଯ୍ୟଟନର ବିକାଶ ପାଇଁ ସକ୍ରିୟ ଭୂମିକା ନେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ନୀତି, ସ୍ଥାନୀୟ ପର୍ଯ୍ୟଟନର ବିକାଶ ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଓଡ଼ିଶା ହୋମ୍ ଷ୍ଟେ ଏଷ୍ଟାବ୍ଲିସମେଂଟ ସ୍କିମ୍-୨୦୨୫’ ପ୍ରଚଳନ ସହ ଇକୋ-ଟୁରିଜିମ୍ ସମ୍ପର୍କିତ ନୀତି ଓ ପଦକ୍ଷେପମାନ ରହିଛି । ଏହି ନୀତି ଓ ଯୋଜନାଗୁଡ଼ିକୁ ସ୍ଥାନୀୟ ସ୍ତରରେ କାର୍ଯ୍ୟକାରୀ କରି ପର୍ଯ୍ୟଟନ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତନ ଆଣିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀରସ୍ୱଚ୍ଛତା ରକ୍ଷା ସହ ମୌଳିକ ସୁବିଧାର ଉପଲବ୍ଧି , ଆତିଥେୟତା ଏବଂ ସ୍ଥାନୀୟ ଯୁବବର୍ଗଙ୍କ ସହଯୋଗଉପରେ ବିଶେଷ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଉପଜିଲ୍ଲାପାଳ ଏବଂ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦର ସଦସ୍ୟମାନଙ୍କୁ ନିଜର ପ୍ରଶାସନିକ ଦାୟିତ୍ୱ ମଧ୍ୟରେ ସ୍ଥାନୀୟ ପର୍ଯ୍ୟଟନର ବିକାଶ ପାଇଁମୁଖ୍ୟ ସୁବିଧା ପ୍ରଦାନକାରୀ ( ଫାସିଲିଟେଟର) ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏଥିସହ ନିଜ ଅଂଚଳରେ ନୂତନ ପର୍ଯ୍ୟଟନସ୍ଥଳୀ, ହୋମ୍ ଷ୍ଟେ, ଐତିହ୍ୟସ୍ଥଳୀ ଓ ପ୍ରାକୃତିକ ସମ୍ପଦକୁ ଚିହ୍ନଟ କରି ସେଗୁଡ଼ିକର ବିକାଶ ଓ ପ୍ରଚାର ପାଇଁ ପଦକ୍ଷେପ ନେବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟନର ବିକାଶ ପାଇଁରାସ୍ତାଘାଟ, ସ୍ୱଚ୍ଛତା, ଆନୁଷଙ୍ଗିକ ଭିତିଭୂମି, ସାଇନେଜ୍, ସ୍ଥାନୀୟ ଯୁବବର୍ଗଙ୍କ ପ୍ରଶିକ୍ଷଣ, ହୋମ୍?ଷ୍ଟେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ରଆଦିର ବିକାଶ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି, ଯାହାସ୍ଥାନୀୟ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀଗୁଡ଼ିକର ରକ୍ଷଣାବେକ୍ଷଣ ସହ ସେଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ଜୀବନ୍ତ କରିବାରେ ସହାୟକ ହେବ।

ପ୍ରତ୍ୟେକ ଜିଲ୍ଲାରେ ‘ଗୋଟିଏ ଜିଲ୍ଲା-ବହୁ ପର୍ଯ୍ୟଟନ ପଦକ୍ଷେପ’ ଆଭିମୁଖ୍ୟ ଗ୍ରହଣ କରି୫ରୁ ୧୦ଟି ଛୋଟ ଛୋଟ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ପାଇଁ ପଦକ୍ଷେପତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି, ମହିଳା, ସ୍ଥାନୀୟ ଯୁବବର୍ଗ ଓ ଏମଏସଏମଇକ୍ଷେତ୍ର ବିଶେଷ ଭାବେ ଲାଭବାନ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।ଏଥିସହ ଜିଲ୍ଲାଗୁଡ଼ିକ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ଓ ଉତ୍ସାହ ବୃଦ୍ଧି ପାଇଁ ‘ପର୍ଯ୍ୟଟନ ରାଙ୍କିଂ’ ବ୍ୟବସ୍ଥା ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନକୁ ପର୍ଯ୍ୟଟନ ସମ୍ପର୍କିତ ପଦକ୍ଷେପକୁ ସର୍ବୋଚ୍ଚ ଅଗ୍ରାଧିକାର ଦେବାକୁ ସେ କହିଛନ୍ତି ।

ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂଟୁରିଜିମ୍ ଭିଜନ୍ ୨୦୩୬-୨୦୪୭' ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ଓ ନିବେଶ ପ୍ରୋତ୍ସାହନ ପାଇଁଭୂମି ବ୍ୟାଙ୍କ (ଲ୍ୟାଣ୍ଡ ବ୍ୟାଙ୍କ) ବ୍ୟବସ୍ଥା କରୁଥିବା ବେଳେ, ଉପଜିଲ୍ଲାପାଳମାନେ ସ୍ଥାନୀୟ ସ୍ତରରେ ଉପଯୁକ୍ତ ଜମି ଚିହ୍ନଟ କରି ଏହି ପ୍ରକ୍ରିୟାରେ ସକ୍ରିୟ ଭାବେ ଯୋଗଦାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ପର୍ଯ୍ୟଟନରେ ନିବେଶ ପାଇଁ ପ୍ରୋତ୍ସାହନ ସହ ପର୍ଯ୍ୟଟକମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁହୋଟେଲ୍, ହୋମ୍ ଷ୍ଟେ, ଟୁର ଓ ଟ୍ରାଭେଲ୍ ସେବା, ଗାଇଡ୍ ସେବା, ପରିବହନ ଏବଂ ଟୁର୍ ପ୍ୟାକେଜ୍ ଆଦିର ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ବୈଠକରେପୁଞ୍ଜି ନିବେଶ ଓ ଭୂମି ବ୍ୟାଙ୍କ, ପର୍ଯ୍ୟଟନସ୍ଥଳୀ ଓ ଭିତିଭୂମି, ସାହସିକ ପର୍ଯ୍ୟଟନ, ହୋମ୍ ଷ୍ଟେ ଏବଂ “ଜନଜାତି ସଂସ୍କୃତି ଓ ଜୀବନଶୈଳୀ ଆଧାରିତ ପର୍ଯ୍ୟଟନ” (ଏଥନିକ୍ ଟୁରିଜିମ୍) ସମ୍ପର୍କରେ ବିଭିନ୍ନ ଉପସ୍ଥାପନା କରାଯାଇଥିଲା।ବୈଠକରେ ଲୋକସେବା ଭବନରେ ପର୍ଯ୍ୟଟନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande