ପଂଚାୟତିରାଜ ମନ୍ତ୍ରୀଙ୍କ ମାତୃ ବିୟୋଗ
ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତୃ ବିୟୋଗ ଘଟିଛି। ଏନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ମାତୃହୀନ ହେବାର ଦାରୁଣ ଦୁଃଖ ଅବର୍ଣ୍ଣନୀୟ। ପୂଜନୀୟା ମାତାଙ୍କ ଦେହାନ୍ତ ଏକ ଅପୂରଣୀୟ ଶ
rtuy


ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତୃ ବିୟୋଗ ଘଟିଛି। ଏନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ମାତୃହୀନ ହେବାର ଦାରୁଣ ଦୁଃଖ ଅବର୍ଣ୍ଣନୀୟ। ପୂଜନୀୟା ମାତାଙ୍କ ଦେହାନ୍ତ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି। ଜୀବନ ବାଟରେ ସେ କେବଳ ଜନନୀ ନଥିଲେ, ବରଂ ପ୍ରଥମ ମାର୍ଗଦର୍ଶକ ଓ ଶ୍ରେଷ୍ଠ ଗୁରୁ ଭାବେ ସଦାସର୍ବଦା ସଠିକ୍ ପଥ ଦେଖାଇ ଆସିଥିଲେ। ତାଙ୍କର ଅପାର ସ୍ନେହ, ଶିକ୍ଷା ଏବଂ ଆଶୀର୍ବାଦ ହିଁ ଜୀବନର ପ୍ରକୃତ ପାଥେୟ।

ତାଙ୍କର ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ଆକୁଳ ପ୍ରାର୍ଥନା। ସେ ସଦାସର୍ବଦା ଆଶୀର୍ବାଦ ସାଜି ଅମର ରହିବେ। ଓଁ ଶାନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande