
ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସି ରହିଥିବା ଶିକ୍ଷକଙ୍କୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂୂରଜ। ଶନିବାର ଶିକ୍ଷକ ଆନ୍ଦୋଳନ ସ୍ଥଳରେ ପହଂଚି ଖୁବ କମ୍ ସମୟରେ ସମସ୍ୟା ସମାଧାନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଏନେଇ କମିଟି ରିପୋର୍ଟ ସରକାରଙ୍କ ହସ୍ତକ୍ଷେପ ହୋଇ ସାରିଛି। ୮ ଶହ ପୃଷ୍ଠାର ୭୯ ରିପୋର୍ଟ ଆମର ହସ୍ତଗତ ହୋଇଛି। କମ୍ ସମୟ ଭିତରେ ରାଜ୍ୟ ସରକାର ନିଷ୍ପତି ନେବେ। ଏକ ପ୍ରତିନିଧି ମଣ୍ଡଳୀ ଆସି ଆମ ସହ ଆଲୋଚନା କରନ୍ତୁ। ଆମେ ପ୍ରତିନିଧି ମଣ୍ଡଳୀ ସହ ବିସ୍ତୃତ ଭାବେ ଆଲୋଚନା କରିବୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା