ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ମାଲକାନଗିରି , ୬ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତାଲୱାଡା ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିତାକୋଣ୍ଡାର ଶିକ୍ଷକ ସୁବୋଧ ଢାଲିଙ୍କୁ ଅବସର ଉପଲକ୍ଷେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ


ମାଲକାନଗିରି , ୬ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତାଲୱାଡା ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିତାକୋଣ୍ଡାର ଶିକ୍ଷକ ସୁବୋଧ ଢାଲିଙ୍କୁ ଅବସର ଉପଲକ୍ଷେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ରାମନାଥ ମାଡକାମୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସର ନେଇଥିବା ଶିକ୍ଷକ ସୁବୋଧ ଢାଲି ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫୁଲ୍ଲ କୁମାର ଶୁକ୍ରି ଯୋଗ ଦେଇ ତାଙ୍କ ଶିକ୍ଷକତା ଜୀବନର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପ୍ରଦୀପ କୁମାର ତାପାଲି, ଦାମୋଦର ଡୁରୁକା, ମାନସ ରଞ୍ଜନ ସେଠୀ, ରାଜେନ୍ଦ୍ର ତ୍ରିପାଠୀ ଓ ନିଶିକାନ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇ ସମ୍ବର୍ଦ୍ଧିତ ଶିକ୍ଷକଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande