ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବିରୋଧୀଙ୍କୁ ଟାର୍ଗେଟ୍, ରାଜନୈତିକ ଚିଠା ପ୍ରସ୍ତାବ ପାରିତ
ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.) ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରାଯାଇଥିବା ବେଳେ ଏକ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ଏନେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ସମ୍ବିତ ପାତ୍ରଙ୍କ ସୂଚ
ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବିରୋଧୀଙ୍କୁ ଟାର୍ଗେଟ୍, ରାଜନୈତିକ ଚିଠା ପ୍ରସ୍ତାବ ପାରିତ


ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.) ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରାଯାଇଥିବା ବେଳେ ଏକ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ଏନେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

ସମ୍ବିତ ପାତ୍ରଙ୍କ ସୂଚନା ଅନୁଯାୟୀ, କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ଦଳୀୟ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେଇଥିବା ସେ କହିଛନ୍ତି।

ଦଳର କର୍ମକର୍ତ୍ତାମାନେ ସାଂସଦ, ବିଧାୟକ କିମ୍ବା ମନ୍ତ୍ରୀ ହୋଇଥିଲେ ମଧ୍ୟ ସେବାଭାବକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ବୈଠକରେ ପରାମର୍ଶ ଦିଆଯାଇଥିବା ସମ୍ବିତ ପାତ୍ର କହିଛନ୍ତି।

ସେହିପରି ମହିଳା ଆରକ୍ଷଣ ବିଲ୍‌କୁ ବିରୋଧୀମାନେ ସମର୍ଥନ ନକରିବା ପ୍ରସଙ୍ଗରେ ବୈଠକରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଯେଉଁମାନେ ଏହି ବିଲ୍‌କୁ ସମର୍ଥନ କରିନଥିଲେ, ସେମାନଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଥିବା ସମ୍ବିତ ପାତ୍ର ସୂଚନା ଦେଇଛନ୍ତି।

କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ରାଜନୈତିକ ପରିସ୍ଥିତି, ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଦଳୀୟ ସଂଗଠନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande