୧୮ ଦିନର ଅନଶନରତ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସଭାପତିଙ୍କୁ ଭେଟିଲେ ଭକ୍ତ ଚରଣ ଦାସ
ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.)ଅନଶନର ୧୮ତମ ଦିନରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସଭାପତି ମହମ୍ମଦ ମନୱର ଅଲୀଙ୍କୁ ଭେଟିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ମାଧ୍ୟମରେ ଶ୍ରୀ ଦାସ କହିଛନ୍ତି ଯେ, ସେ ମନୱର ଅଲୀଙ୍କୁ ଅନଶନ ଶେଷ
୧୮ ଦିନର ଅନଶନରତ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସଭାପତିଙ୍କୁ ଭେଟିଲେ ଭକ୍ତ ଚରଣ ଦାସ


ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.)ଅନଶନର ୧୮ତମ ଦିନରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସଭାପତି ମହମ୍ମଦ ମନୱର ଅଲୀଙ୍କୁ ଭେଟିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ।

ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ମାଧ୍ୟମରେ ଶ୍ରୀ ଦାସ କହିଛନ୍ତି ଯେ, ସେ ମନୱର ଅଲୀଙ୍କୁ ଅନଶନ ଶେଷ କରିବାକୁ ଅନୁରୋଧ କରିଛନ୍ତି। ଛାତ୍ରମାନଙ୍କର ଯଥାର୍ଥ ଦାବି ପ୍ରତି ସେ ଏକତା ପ୍ରକାଶ କରିବା ସହ ଛାତ୍ରମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାଇଛନ୍ତି।

ଛାତ୍ରମାନଙ୍କ ଦାବି ପ୍ରତି ସରକାର ସମ୍ବେଦନଶୀଳ ହୋଇ ଶୀଘ୍ର ସମାଧାନର ପଦକ୍ଷେପ ନେବା ଆବଶ୍ୟକ ବୋଲି ଭକ୍ତ ଚରଣ ଦାସ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande