ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ
ଭୁବନେଶ୍ଵର, 06 ସେପ୍ଟେମ୍ବର (ହି.ସ.) ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସର ନବ ଗଠିତ କମିଟି ଘୋଷଣା କରାଯାଇ ସେମାନଙ୍କ ନାମ ତାଲିକା ଏଆଇସିସି ପକ୍ଷରୁ ପ୍ରକାଶ କରାଯାଇଛି। ଉକ୍ତ କମିଟିରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାଶଙ୍କୁ ମିଳିଥିବାରୁ ସ
ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ


ଭୁବନେଶ୍ଵର, 06 ସେପ୍ଟେମ୍ବର (ହି.ସ.) ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସର ନବ ଗଠିତ କମିଟି ଘୋଷଣା କରାଯାଇ ସେମାନଙ୍କ ନାମ ତାଲିକା ଏଆଇସିସି ପକ୍ଷରୁ ପ୍ରକାଶ କରାଯାଇଛି। ଉକ୍ତ କମିଟିରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାଶଙ୍କୁ ମିଳିଥିବାରୁ ସେ ଏଆଇସିସି ସଭାପତି ଶ୍ରୀ ମଲ୍ଲିକାଯୁର୍ଣ୍ଣ ଖଡଗେ,ମାନନୀୟ ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ) କେ ସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଲାଳଜି ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସାଂସଦ ସପ୍ତଗିରି ଉଲ୍ଲାକା, ଯୁବମାନସର ନେତା ନବଜ୍ୟୋତୀ ପଟ୍ଟନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ କହିଛନ୍ତି କି ଦୀର୍ଘବର୍ଷ ଧରି କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶୃଙ୍ଖଳିତ କର୍ମୀ ଭାବେ ତାଙ୍କୁ ଯେଉଁ ଦାୟୀତ୍ୱ ମିଳିଛି ତାକୁ ସୁଚାରୁ ରୂପେ ପାଳନ କରିଛନ୍ତି। ସେ ୩ ଜଣ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ବର୍ତ୍ତମାନର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ପାଞ୍ଚ ବର୍ଷ ଧରି ଏକ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ସୁଚାରୁରୂପେ ଦାୟୀତ୍ୱ ନିର୍ବାହ କରିଛନ୍ତି। କଂଗ୍ରେସ ଦେଶ ଓ ରାଜ୍ୟରେ ଏକ ମାତ୍ର ବିକଳ୍ପ ବୋଲି କହିବା ସହ ତାଙ୍କ ଦୀର୍ଘ ବର୍ଷର ରାଜନୀତିର ଅଭିଜ୍ଞତାକୁ ନେଇ ଆଗକୁ କିପରି ତୃଣମୂଳସ୍ତରରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରାଯାଇପାରିବ ସେଥିପ୍ରତି ପ୍ରତି ପ୍ରୟାସ କରିବେ ବୋଲି ଏକ ବିଜ୍ଞପ୍ତିରେ ସେ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଶ୍ରୀ ଦାଶ ଓଡ଼ିଶା ପ୍ରଦେଶ କଂଗ୍ରେସ ନବ ଗଠିତ କମିଟିର କାର୍ଯ୍ୟକାରୀ କମିଟି, ପରାମର୍ଶଦାତା କମିଟି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦରେ ନିଯୁକ୍ତ ସମସ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande