ସାହ୍ଲେପାଲିକୁ ହରାଇ ସେମିରେ ବ୍ରଜରାଜନଗର
Brajrajnagar beat salepali in football
ସାହ୍ଲେପାଲିକୁ ହରାଇ ସେମିରେ ବ୍ରଜରାଜନଗର,


ଝାରସୁଗୁଡା , 06 ସେପ୍ଟେମ୍ବର (ହି.ସ.) କୋଲାବିରା ବ୍ଲକ ଅଧିନସ୍ଥ କୁଲିହାମାଲ ମିନି ଷ୍ଟାଡିୟମରେ ନୂଆଁଖାଇ ଉପଲକ୍ଷେ ଚାଲିଥିବା ଜ୍ୟୋତି ଏକାଦଶ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲ ମ୍ୟାଚରେ ଏସଇଆର ଜୁନିୟର ବ୍ରଜରାଜନଗର ୪-୦ ଗୋଳରେ ସାହ୍ଲେପାଲି କୁ ପରାସ୍ତ କରି ୨ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି l ଆଜିର ଖେଳକୁ କୋଶଲ ରେଫରି ରାଜେଶ ଭାଇଁସା, ଲକ୍ଷ୍ମଣ କିସାନ, ଲେଲିନ ପଟେଲ ଅନିଲ କିସାନ ପରିଚାଳନା କରିଥିଲେ l ଅନୁଷ୍ଠିତ ମ୍ୟାଚରେ ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ବିଜେପି ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ, ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର, ସମାଜସେବୀ ଡାକ୍ତର ମନୋଜ ପ୍ରଧାନ, ବିଜେପିର କୁଲିହାମାଲ ପ୍ରଭାରୀ ଭାଗିରଥୀ ଛତ୍ରିଆ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ବେହେରା, ସମାଜସେବୀ ଦିପ୍ତେଶ ପଟେଲ, ଧରିତ୍ରୀ କିସାନ, ଅବସରପ୍ରାପ୍ତ ରାଜସ୍ବ ଅଧିକାରୀ ଲକ୍ଷ୍ମଣ ନାଏକ, ଗ୍ରାମ୍ୟ କମିଟି ସଭାପତି ସୌରେନ୍ଦ୍ର ନାୟକ,ଅବସରପ୍ରାପ୍ତ ଶିକ୍ଷକ ଖିତିଚନ୍ଦ୍ର ନାଏକ ଓ ମୋହନ ସୁନ୍ଦର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ଜ୍ୟୋତି ଏକାଦଶ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସୋମବାର ଅପରାହ୍ନରେ ଆଦର୍ଶ କ୍ଲବ ଓଏମପି ଝାରସୁଗୁଡ଼ା ଓ ନେହେରୁ ଯୁବକ ସଂଘ ବଢ଼େଇମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହେବ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande