
ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.)ଢେଙ୍କାନାଳ ଜିଲ୍ଲା ଶକ୍ତି ସୁଗାର ନିକଟରେ ଏକ ଚଳନ୍ତା ଯାତ୍ରୀବାହୀ ବସ୍ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍ଟି କେନ୍ଦୁଝର ଜିଲ୍ଲା ତେଲକୋଇରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।
ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏହି ଘଟଣାରେ କୌଣସି ବଡ଼ ଧରଣର ଅଘଟଣ ଘଟିନଥିବା ଜଣାପଡ଼ିଛି।
ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଜେସିବି ସହାୟତାରେ ଖାଲରେ ଖସିପଡ଼ିଥିବା ବସ୍ଟିକୁ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ