ମେଜର ଧନ ସିଂହ ଥାପାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଲୋକସଭା ବାଚସ୍ପତି
ନୂଆଦିଲ୍ଲୀ, ୦୬ ସେପ୍ଟେମ୍ବର (ହି.ସ.)। ଲୋକସଭା ବାଚସ୍ପତି ଓମ ବିର୍ଲା ରବିବାର ପରମବୀର ଚକ୍ରରେ ସମ୍ମାନିତ ମେଜର ଧନ ସିଂହ ଥାପାଙ୍କ ପୁଣ୍ୟତିଥିରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିର୍ଲା ‘ଏକ୍ସ’ରେ ଲେଖିଛନ୍ତି, “୧୯୬୨ ଭାରତ-ଚୀନ ଯୁଦ୍ଧର ବୀର ନାୟକ ଏବଂ ପର
प्रतीकात्मक


ନୂଆଦିଲ୍ଲୀ, ୦୬ ସେପ୍ଟେମ୍ବର (ହି.ସ.)। ଲୋକସଭା ବାଚସ୍ପତି ଓମ ବିର୍ଲା ରବିବାର

ପରମବୀର ଚକ୍ରରେ ସମ୍ମାନିତ ମେଜର ଧନ ସିଂହ ଥାପାଙ୍କ ପୁଣ୍ୟତିଥିରେ ତାଙ୍କୁ ଭାବପୂର୍ଣ୍ଣ

ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବିର୍ଲା ‘ଏକ୍ସ’ରେ ଲେଖିଛନ୍ତି, “୧୯୬୨ ଭାରତ-ଚୀନ ଯୁଦ୍ଧର ବୀର ନାୟକ ଏବଂ ପରମବୀର

ଚକ୍ରରେ ସମ୍ମାନିତ ମେଜର ଧନ ସିଂହ ଥାପାଙ୍କ ପୁଣ୍ୟତିଥିରେ ତାଙ୍କୁ ଭାବପୂର୍ଣ୍ଣ

ଶ୍ରଦ୍ଧାଞ୍ଜଳି! ତାଙ୍କର ବୀରତା ଓ ନେତୃତ୍ୱ ଭାରତୀୟ ସାମରିକ ଇତିହାସର ସେହି ଗୌରବମୟ ଅଧ୍ୟାୟର

ଅଂଶ, ଯାହାକୁ ଦେଶ

ସର୍ବଦା ଗର୍ବର ସହ ସ୍ମରଣ କରିବ।”

ଉଲ୍ଲେଖଯୋଗ୍ୟ ଯେ, ୨୮ ଏପ୍ରିଲ ୧୯୨୮ରେ ଶିମଲାରେ ଜନ୍ମଗ୍ରହଣ କରିଥିବା ଥାପା ୧୯୬୨

ଅକ୍ଟୋବରରେ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ‘ସିରିଜାପ-୧’ ଚୌକିରେ ୨୮

ଜଣ ଯବାନଙ୍କ ସହ ମୁତୟନ ଥିଲେ। ଚୀନ ସେନା ଭାରୀ ଗୋଳାବର୍ଷଣ ଓ ଟ୍ୟାଙ୍କ ମାଧ୍ୟମରେ ଆକ୍ରମଣ

କରିଥିଲା। ମେଜର ଥାପା ଓ ତାଙ୍କ ଯବାନମାନେ “ଜୟ ମହାକାଳୀ, ଆୟୋ ଗୋର୍ଖାଲୀ” ନାରା ଦେଇ ଶତ୍ରୁର ଅନେକ ଆକ୍ରମଣକୁ

ପଣ୍ଡ କରିଥିଲେ।

ଗୋଳାବାରୁଦ ଶେଷ ହୋଇଯିବା ପରେ ସେମାନେ ହାତାହାତି ଯୁଦ୍ଧ କରିଥିଲେ

ଏବଂ ଶେଷରେ ଚୀନ ସେନା ଦ୍ୱାରା ବନ୍ଦୀ ହୋଇଥିଲେ। ଭାରତରେ ତାଙ୍କୁ ସହିଦ ବୋଲି ଭାବି ମରଣୋତ୍ତର

ଭାବେ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଦେଢ଼ ବର୍ଷ ପରେ, ୧୯୬୩ ମେ’ରେ ସେ

ବନ୍ଦୀ ଅବସ୍ଥାରୁ ମୁକ୍ତ ହୋଇ ଫେରିବା ପରେ ସମଗ୍ର ଦେଶ ତାଙ୍କୁ ପୁଣି ପାଇ ଆଶ୍ଚର୍ଯ୍ୟଚକିତ ଓ

ଆନନ୍ଦିତ ହୋଇଥିଲା।

୨୪ ବର୍ଷ ଧରି ଦେଶର ସେବା କରିବା ପରେ ସେ ସେନାରୁ ଅବସର ନେଇଥିଲେ। ୬

ସେପ୍ଟେମ୍ବର ୨୦୦୫ରେ ତାଙ୍କର ପରଲୋକ ଘଟିଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande