ବରଗଡ ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ ପରିଦର୍ଶନ
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ ଓଡ଼ିଆ ଅସ୍ମିତାର ମହାନ ସ୍ୱାକ୍ଷର- ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.) ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବରଗଡ଼ ଜିଲ୍ଲା ବରପାଲି ଗସ୍ତ ଅବସରରେ ଓଡ଼ିଆ ସାହିତ୍ୟର ଅମର ସାଧକ ସ୍ୱଭାବ କବି ଗଙ
ବରଗଡ ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ ପରିଦର୍ଶନ


ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ

ଓଡ଼ିଆ ଅସ୍ମିତାର ମହାନ ସ୍ୱାକ୍ଷର- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.) ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବରଗଡ଼ ଜିଲ୍ଲା ବରପାଲି ଗସ୍ତ ଅବସରରେ ଓଡ଼ିଆ ସାହିତ୍ୟର ଅମର ସାଧକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ ପରିଦର୍ଶନ କରିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ କହିଛନ୍ତି, ବରପାଲି ସ୍ଥିତ ‘ସ୍ୱଭାବ କବି ଗଙ୍ଗାଧର ମେହେର ଜନ୍ମପୀଠ’ ଓ କବି ଭବନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଏହି ପବିତ୍ର ଜନ୍ମପୀଠରେ କବିଙ୍କର କାଳଜୟୀ କାବ୍ୟ-ସୃଜନଶୀଳତା ଓ ମହାନ ସଂସ୍କାର ଆଜି ବି ଉଜ୍ଜୀବିତ ହୋଇ ରହିଛି । ଏହି ଜନ୍ମପୀଠ ଆମ ସଂସ୍କୃତି ଓ ଅସ୍ମିତାର ଏକ ମହାନ ସ୍ୱାକ୍ଷର ଓ ଚିରନ୍ତନ ପ୍ରେରଣାର ସ୍ରୋତ । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ଚିର ସ୍ମରଣୀୟ ହୋଇରହିବ ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ବରପାଲି ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande