ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଂଟ ସୁପର ନକଆଉଟରେ ନକଟାସର ଓ ରାଇଜିଂ ଷ୍ଟାର ଟିଟିଲାଗଡ
ବଲାଙ୍ଗିର, ୦୬ ସେପ୍େଟମ୍ବର (ହି.ସ.) - ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଚାଲିଥିବା ଫୁଟବଲ ଖେଳ ୮ ଟି ପଡିଆରେ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ନକଟାସର ୩-୦ ଗୋଲରେ ଭାଲୁପିଟା କୁ ହରାଇ ଜୋନ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ ଫ୍ରେଣ୍ଡସ କ୍ଲବ, ବଲାଙ୍ଗିର ସଭାପତି ଲୋଟସ ଷଡଙ୍ଗି ଯୋ
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ନକଟାସର ଓ ରାଇଜିଂ ଷ୍ଟାର ଟିଟିଲାଗଡ


ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ନକଟାସର ଓ ରାଇଜିଂ ଷ୍ଟାର ଟିଟିଲାଗଡ


ବଲାଙ୍ଗିର, ୦୬ ସେପ୍େଟମ୍ବର (ହି.ସ.) - ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଚାଲିଥିବା ଫୁଟବଲ ଖେଳ ୮ ଟି ପଡିଆରେ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ନକଟାସର ୩-୦ ଗୋଲରେ ଭାଲୁପିଟା କୁ ହରାଇ ଜୋନ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ ଫ୍ରେଣ୍ଡସ କ୍ଲବ, ବଲାଙ୍ଗିର ସଭାପତି ଲୋଟସ ଷଡଙ୍ଗି ଯୋଗ ଦେଇଥିବା ବେଳେ ଅତିଥି ଭାବେ ସଂପାଦକ ଜଗନ୍ନାଥ ମିଶ୍ର, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ରାଇଜିଂ ଷ୍ଟାର ୫-୧ ଗୋଲରେ ଖଜୁରପଡା କୁ ହରାଇ ଜୋନ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌରାଧ୍ୟକ୍ଷା ମମତାଦେବୀ ଜୈନ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଆଇଆଇସି ଟିଟିଲାଗଡ ମନୋଜ କୁମାର ମୁଣ୍ଡା, ପୂର୍ବତନ ରାଜ୍ୟ ଖେଳାଳି ସଦାନନ୍ଦ ନାଏକ ଓ ପୂର୍ବତନ ଆନ୍ତର୍ଜାତୀୟ ଖୋ ଖୋ ଖେଳାଳି ମନ୍ଦାକିନୀ ମାଝି ଯୋଗ ଦେଇଥିଲେ । ଖୁଜେନପାଲି ପଡିଆରେ ସ୍ପୋର୍ଟ ହଷ୍ଟେଲ ୩-୦ ଗୋଲରେ ମହିମୁଣ୍ଡା କୁ ହରାଇଲା । ଅତିଥି ଭାବେ ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ରିଜର୍ଭ ପୋଲିସ ବଲାଙ୍ଗିର ୩-୦ ଗୋଲ ରେ ଆଗଲପୁରକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଏଡିସିନାଲ ଏସ୍ପି ଗୁଣନିଧି ମଲ୍ଲିକ, କ୍ରୀଡା ସଂସଦ ସଦସ୍ୟ ଜୟରାମ ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର ଓ ପୂର୍ବତନ ଖେଳାଳି ଗରୁଡଧ୍ୱଜ ସାଏ ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ଗେର୍ଡି ୨-୦ ଗୋଲରେ ଜେଏସ୍ସି ଖଲିଆପାଲି କୁ ହରାଇ ବିଜୟୀ ହେଲା । ଅତିଥି ଭାବେ ବଲାଙ୍ଗିର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, କ୍ରୀଡା ସଂଗଠକ ରାଜିବ ଲୋଚନ ନେପାକ, ଆଇନଜିବୀ ସୁମିତ ଭରଦ୍ୱାଜ, ସମାଜସେବୀ ଗୋବିନ୍ଦ ଶତପଥି ଓ ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ଜରାସିଂହା ୪-୦ ଗୋଲରେ ନାଇକେନସିରା କୁ ହରାଇଲା । ଅତିଥି ଭାବେ ପୂର୍ବତନ ଖେଳାଳି ଚିତ ରଂଜନ ଥନାପତି, ଦେବ ପ୍ରସାଦ ମେହେର ଓ ବରିଷ୍ଠ ନାଗରିକ ସତ୍ୟନାରାୟଣ ପାଣି ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ବାଦିବାହାଲ ୨-୧ ଗୋଲରେ ଲୋଇସିଂହା ଏଏ କୁ ହରାଇଲା । ଅତିଥି ଭାବେ ସମାଜସେବୀ ତଥା ବିଜେପି ନେତା ସୁରେଶ ମହାଲିଙ୍ଗ, ସ୍ୱାସ୍ଥ୍ୟମନ୍ତ୍ରୀ ନୋମିନୀ ଗୌରାଙ୍ଗ ନାଏକ, ବରିଷ୍ଠ ବିଜେପି ନେତା ରାମ ଚନ୍ଦ୍ର ସାହୁ, ସଭାପତି ଲୋଇସିଂହା ଏଏ ଦିଲିପ କୁମାର ବେହେରା ଓ ସଂପାଦକ ଶିବ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ । ହଲଦି ପଡିଆରେ ଜୁରାବନ୍ଧ କେସି ୟୁନାଇଟେଡ ୨-୦ ଗୋଲରେ ବଡଗମଡା କୁ ହରାଇଲା । ଅତିଥି ଭାବେ ପତ୍ରାପାଲି ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଛତ୍ରିଆ, ସମାଜସେବୀ ପ୍ରେମ ଦୀପ ଓ ପୂର୍ବତନ ସରପଂଚ ହୃଷିକେଶ ବାଗ ଯୋଗ ଦେଇଥିଲେ ।

ସୁନିଲ ଚନ୍ଦ୍ର ବିଶ୍ୱାଲ, ବଳରାମ ସା, ପ୍ରଦୀପ ବଗର୍ତି, ଦେବରାଜ ନାହାକ, ଧବଳେଶ୍ୱର ଦଳବେହେରା, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ଜଳ ଝାଙ୍କର ୮ ଗୋଟି ପଡିଆରେ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଖେଳକୁ ବିକି ବିଶି, ତ୍ରିନାଥ ଚନ୍ଦନ, ଶୁଶାନ୍ତ ନାଗ, ଚୈତନ୍ୟ ସାହୁ, ପୁରୁଷୋତମ ବୁଡେକ, ଅଭିଷେକ ପଧାନ, ଜ୍ୟୋତିରଂଜନ ମହାନନ୍ଦ, ଜଳନ୍ଧର ସାହୁ, ସଂଜନ କୁଦେଇ, ଉମେଶ ଭୋଇ, ଯଶୋବନ୍ତ ମାଝି, ପ୍ରଫୁଲ୍ଲ ବଗର୍ତି, ଏକଲବ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତି, ଭୁବନେ ଭୋଇ, ସତ୍ୟ ଦଣ୍ଡସେନା, ସନ୍ଦୀପ ତରିଆ, ଗୋପାଲ ଚନ୍ଦ୍ର ପଧାନ, ଶ୍ରୀରାମ ସାହୁ, ଭୋଲାନାଥ ନାଏକ, ମୋହନ ପ୍ରଦାନୀ, ମଳୟ ଘିବେଲା, ପ୍ରୀତମ ନାଏକ, ରାଜେଶ ସ୍ୱାଇଁ, ଦିପକ ରାଜହଂସ, ସୁରେଶ ନାଏକ, ଜ୍ୟୋର୍ତିମୟ ରାଉତ, ସଂଜିବ ମହାରଣା, ପାଣ୍ଡବ ବିଶି, ପ୍ରତାପ ଭୁକ୍ତା, ଆଶିଷଦେବ ସା, ଜଗଦଜିବନ ପଧାନ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande