ବିଦ୍ୟୁତବିଭାଗର ମୁଖ୍ୟ ପରିଚାଳକ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ମାଲକାନଗିରି , ୬ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଡ଼ିଭିଜନ ର ବିଦ୍ୟୁତ ବିଭାଗର ଟିମ୍ ଲିଡର ଭାବେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିବା ଅଧିକାରୀ ପଦ୍ମନାଭ ସାହୁଙ୍କୁ ଆଜି କାଲିମେଳା ସେକ୍ସନର ସମସ୍ତ ମିଟର ରିଡର ଏବଂ ସୁପରଭାଇଜରଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି
ବିଦ୍ୟୁତବିଭାଗ ର ମୁଖ୍ୟ ପରିଚାଳକ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା


ମାଲକାନଗିରି , ୬ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଡ଼ିଭିଜନ ର ବିଦ୍ୟୁତ ବିଭାଗର ଟିମ୍ ଲିଡର ଭାବେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିବା ଅଧିକାରୀ ପଦ୍ମନାଭ ସାହୁଙ୍କୁ ଆଜି କାଲିମେଳା ସେକ୍ସନର ସମସ୍ତ ମିଟର ରିଡର ଏବଂ ସୁପରଭାଇଜରଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଦୀର୍ଘଦିନ ଧରି ମାଲକାନଗିରି ଡ଼ିଭିଜନରେ କାର୍ଯ୍ୟ କରି ସେ ସହକର୍ମୀମାନଙ୍କ ସହ ଏକ ସୁସମ୍ପର୍କ ସ୍ଥାପନ କରିଥିଲେ। ତାଙ୍କର ମେଳାପୀ ସ୍ୱଭାବ, ଭଲ ବ୍ୟବହାର ଓ ଦାୟିତ୍ୱବୋଧ ପାଇଁ ସେ ସହକର୍ମୀମାନଙ୍କ ମଧ୍ୟରେ ବେଶ୍ ପ୍ରିୟ ଥିଲେ।

ତାଙ୍କର ବଦଳି ଅନ୍ୟତ୍ର ହୋଇଥିବାରୁ ଆଜି କାଲିମେଳା ସେକ୍ସନର ସମସ୍ତ ସୁପରଭାଇଜର ଓ ମିଟର ରିଡର ଏକତ୍ରିତ ହୋଇ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ କାଳିମେଳା ସେକ୍ସନର ବିଦ୍ୟୁତ ବିଭାଗ ର ଜେଇ ଆଲୋକ୍ କୁମାର ନାହକ, ଆର.ପି.ଓ ସ୍ୱରୂପ କୁମାର ପାଣିଗ୍ରାହୀ , ଏବଂ ସମସ୍ତ ସହକର୍ମୀମାନେ ତାଙ୍କର ଆଗାମୀ କର୍ମଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande