ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ବଲାଙ୍ଗିର, ୦୬ ସେପ୍ଟେମ୍ବର (ହି.ସ.) - ପୂଜ୍ୟପାଦ ସଦଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ୭୧ତମ ଜନ୍ମଦିବସ ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ତତ୍ୱାବଧାନରେ ଆଜି ଖୁଜେନପାଲିସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବ
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ବଲାଙ୍ଗିର, ୦୬ ସେପ୍ଟେମ୍ବର (ହି.ସ.) - ପୂଜ୍ୟପାଦ ସଦଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ୭୧ତମ ଜନ୍ମଦିବସ ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ତତ୍ୱାବଧାନରେ ଆଜି ଖୁଜେନପାଲିସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।

ଶିବିରକୁ ବଲାଙ୍ଗୀରର ସମ୍ମାନନୀୟ ଏଡିଏମ୍ ଶ୍ରୀ ପବିତ୍ର କୁମାର ବେହେରା, ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ବେହେରା ଏବଂ ବରିଷ୍ଠ ଚିକିତ୍ସକ ଡା. କେ.ସି. ମହାନ୍ତ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂଜ୍ୟ ଗୁରୁଦେବ ନିଜର ଦିବ୍ୟ ଆଶୀର୍ବଚନ ପ୍ରଦାନ କରି ରକ୍ତଦାନର ମହତ୍ୱ ଏବଂ ଭାରତୀୟ ଶାସ୍ତ୍ରରେ ବର୍ଣ୍ଣିତ ‘ଦାନ’ର ଚିରନ୍ତନ ମହିମା ଉପରେ ଆଲୋକପାତ କରିଥିଲେ। ମାନବ ସେବାକୁ ଏକ ମହାନ ଆଧ୍ୟାତ୍ମିକ ସାଧନା ଭାବେ ଗ୍ରହଣ କରି ଏଭଳି ମହତ୍ କାର୍ଯ୍ୟରେ ସମସ୍ତଙ୍କୁ ସାମିଲ ହେବା ପାଇଁ ସେ ପ୍ରେରଣା ଦେଇଥିଲେ।

ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବିଶ୍ୱାତ୍ମ ଚେତନା ପରିଷଦର ସଦସ୍ୟ, ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରଛାତ୍ରୀ, ପ୍ରଜ୍ଞାଶକ୍ତି ମଣ୍ଡଳର ସଦସ୍ୟ ଏବଂ ବହୁ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରି ମାନବସେବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସାଧାରଣ ସମ୍ପାଦକ ପୂଜ୍ୟ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପୂଜ୍ୟ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀଜୀ (କୋଷାଧ୍ୟକ୍ଷ) ତଥା ଡା. ପ୍ରକାଶ କୁମାର ଦାଶ ଓ ଡା. ଅଶୋକ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ବିଶ୍ୱାତ୍ମ ବିଦ୍ୟାମନ୍ଦିରର ପ୍ରାଚାର୍ଯ୍ୟ ଡା. ସୁଶାନ୍ତ କୁମାର ପ୍ରଧାନ ଏବଂ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀଙ୍କ ଦ୍ୱାରା ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶେଷରେ ସଂଯୋଜକ ଶ୍ରୀ ସମ୍ବିତ କୁମାର ଧନ୍ୟବାଦ ଅର୍ପଣ କରି ରକ୍ତଦାତା, ଅତିଥି, ଚିକିତ୍ସକ, ସ୍ୱେଚ୍ଛାସେବୀ ଓ ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ରକ୍ତଦାତାମାନଙ୍କ ନିଃସ୍ୱାର୍ଥ ସେବା ଓ ମାନବିକ ଅବଦାନକୁ ସମ୍ମାନ ଜଣାଇ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande